STORYMIRROR

Santosh Pattnayak

Tragedy

3  

Santosh Pattnayak

Tragedy

ତୋ' ବିନା

ତୋ' ବିନା

1 min
10.1K


ଆଶ୍ଵିନ ଆକାଶେ ଜହ୍ନ ଝଲସିବ

ମିଞ୍ଜି ମିଞ୍ଜି ତାରା ସହ

ମୋ’ମନ ଆକାଶେ ଉଆଁସ ଭରିଛି

ପୁଞ୍ଜିଭୂତ ସ୍ମୃତି ସହ….।

ପ୍ରବାସ ଜୀବନେ ବ୍ୟକୁଳିତ ମନେ

ପ୍ରେମ ପରିଭାଷା ଖଞ୍ଜି

ଜହ୍ନ କଇଁ ପରି ପ୍ରେମକୁ ଆଦରି

ଦେଖୁଛି ପବିତ୍ର ପାଞ୍ଜି…. ।

ମନ ମଞ୍ଜୁଷାକୁ ଆକଟି ରଖିଛି

ହୃଦୟେ ଯନ୍ତ୍ରଣା ଗେଞ୍ଜି

ନୟନେ ମାଖିଛି ଆଶା ଅଞ୍ଜନକୁ

ଛାତିଟାରେ ପ୍ରେମ ମଞ୍ଜି…. ।

କରମ ଜଞ୍ଜାଳ ଜାଳିବ ହୃଦୟ

ନିରବୀ ରହିବ ମନ

ଅଭୁଲା ସ୍ମୃତିକୁ ସଞ୍ଜ ପରଶିବ

ତାତ୍ସଲ୍ୟ କରିବ ଜହ୍ନ…. ।

ଜହ୍ନ ରୋଷଣୀରେ ରାତି ବି ଜଳିବ

ହୃଦୟେ ଲାଗିବ ନିଆଁ

ଭାରାକ୍ରାନ୍ତ ମନ ସମୀକ୍ଷା କରିବ

ସଂସାରର ମୋହ ମାୟା…. ।

ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା /ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy