STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance Others

2  

ନାୟକ ଅକ୍ଷୟ ରାଜହସ୍ତୀ

Romance Others

ତମକୁ ଦେଖିଲେ ଲାଜ ଲାଗେ

ତମକୁ ଦେଖିଲେ ଲାଜ ଲାଗେ

1 min
130

ତମକୁ ଦେଖିଲେ ଲାଜ ଲାଗେ

ତଳ ମୁହାଁ ପୁଣି କାଇଁ ଆଗେ

ଶୁଖିଲା ଭୁଇଁରେ

କେବେ ଝୁଣ୍ଟି ପଡେ

ଚାହିଁଲା ବାଟକୁ କି କେହି ଜଗେ ।

ତମକୁ ଦେଖିଲେ ଲାଜ ଲାଗେ

ପାହାନ୍ତିଆ ମନେ ପ୍ରୀତି ଜାଗେ

ବୟସ ର ଦୋଷ

ଇଚ୍ଛା ର ଆଭାସ

ଜୀଆଁ ଇବା ଲାଗି ଛୁଆଁ ମାଗେ ।

ତମକୁ ଦେଖିଲେ ଲାଜ ଲାଗେ

ଦୁଃଖ ମୁଁ କହିବି କାହା ଆଗେ

ମନ କଥା ମନେ 

ମାରି ମାରିଯାଏ

ଉଆଁସ ରାତିରେ ଦୁଃଖ ଭୋଗେ ।

ତୁମକୁ ଦେଖିଲେ ଲାଜ ଲାଗେ

ଅରୁଆ ଉସୁନା ଭାବ ପାଗେ

ହସ ଭଉଁରୀ ଟେ

 ନାଚି ନାଚି ଯାଏ

କଉଁଳିଆ ବାମ ଗଣ୍ଡ ଭାଗେ ।

ତମକୁ ଦେଖିଲେ ଲାଜ ଲାଗେ

ଏକଲା ପଣକୁ ଯୋଡ଼େ ଭାଗ୍ୟେ

ଯୁବା ବୟସରେ

ମିଶାମିଶି ହେଲେ

ଚିତ୍ରିତ ହେବି କଳଙ୍କିତ ଦାଗେ??


Rate this content
Log in

Similar oriya poem from Romance