ତମେ
ତମେ
ବାପା ତମେ ସନ୍ତାନ ବୋଲି
ଆମକୁ ଏତେ ଭଲ ପାଇଲ
ଦୁନିଆ ର ସବୁ ବୋଝ ଦୁଃଖ
କଷ୍ଟ କୁ ନିଜ କାନ୍ଧରେ ବୋହିଲ
ଦୁଃଖ କଣ ବୁଝିବାକୁ, ଟିକେ ବି
ଦେଲନି, ତମେ ସିନା ସବୁ ହଳାହଳ
ପି ଦେଇ ନୀଳକଣ୍ଠ ସାଜିଲ
ହେଲେ ଯେବେ ଦୁଃଖ ଏବେ ଭୋଗିବାକୁ
ହୁଏ, ସେତିକିବେଳେ ଅନୁଭୂତିର
ଅଜଣା ସହର ରେ ମୁଁ ବାଟବଣା ହୁଏ
ତମେ ସିନା ତମ ମହାନ ପଣିଆ ରେ
ବାଜି ଜିତିଗଲ, ମୁଁ କିନ୍ତୁ ଜିତି ପାରିବିନି ବାଜି
ଏହି ଜଟିଳ କୁଟିଳ ଦୁନିଆର
ଆଦର୍ଶ ରେ ତମ ବାଟ ଚଲେଇଲ
କୁପଥରୁ ସୁପଥକୁ ଟାଣି ଆଣିଲ
ତମେ ସିନା ଆଦର୍ଶ ର ଦୃଷ୍ଟାନ୍ତ ହେଲ
ତମ ସ୍ମୃତି ମୋର ଦର୍ପଣ ହେଲା
ତମେ ଆମକୁ ରୋଗ ହେଲେ
ନିସ୍ଵାର୍ଥ ସେବା କଲ
ତମେ ସେବାର ପ୍ରତୀକ
ତମେ ତ୍ୟାଗର ପ୍ରତୀକ
ତମବିନା ଏ ଦୁନିଆ ଟା ଲାଗେ
ନାଉରି ବିନା ନାଟିଏ
ତମ ଆଦର୍ଶ ରେ ବାଟ ଚାଲିଲା
ପରେ, ଏଠି ସ୍ନେହ କାଙ୍ଗାଳ
ହେବାକୁ ପଡେ, ସ୍ୱାର୍ଥ ର
ବଜାର ରେ ସଉଦା ହୁଏ
ଅଜଣା ବାଟରେ ବାଟୋଇ ହୁଏ
କେତେ ଯେ ଝୁଣ୍ଟିବାକୁ ପଡେ
ତମେ ବାଟ ଚାଲିବାର ଆଦର୍ଶ
ତମେ ପୂଜ୍ୟ ନମସ୍ୟ
ତମେ କେବେବି ନିଜ କଥା ଦେଖନି
ତମେ ସାନ୍ତ୍ୱନା ର ପ୍ରତୀକ
ତମେ ନଥିଲେ ନାଆ ହଜିଯାଏ
ଠିକଣା ମିଳେନା, ତମେ
ବାସ୍ତବିକ ମହାନ.......
