STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ତମେ

ତମେ

1 min
178


କୋଟି କଦମ୍ବର ସୁଗନ୍ଧ ସମ୍ଭାର

ପଦ୍ମିନୀ ଅଳସୀ କନ୍ୟା

ରୂପେଲି ଜୋଛନା ରଙ୍ଗ ଅଙ୍ଗ ଭରା   

ମାନିନୀ ସୁମତୀ ଲଳନା  ।।


ତୁମ ଚାଲି ଲାଗି ସତେ ରାଜହଂସୀ

ସତେ କି ଗୁଣ୍ଠୁଣୀ ହାତୀ

ଢଳି ଢଳି ଚାଲି କରେ ଆନମନା

ଆଗୋ ମୋର ପ୍ରିୟବତୀ ।।


କୁନ୍ତଳ, କୁନ୍ତଳା ,ନୀଳ ମେଘମାଳା

ଅବା କି ସାଗର ଲହରୀ

ମୁଖ ମୁକୁରର ଶୋଭା ମନ ଲୋଭା   

ନିଶାପତି ନୁହେଁ ସରି  ।।


ସରେ ସରରୁହ ସୁଷମ ସୁଷମା

ତହୁଁ ବଳି ଦିଶେ ତୋରା

ଅଳକା ପୁରୀର ଅଲିଅଳି ବାଳା

ଅବା କିବା ଅପସରା  ।।


ନଥିବ କୁମାରୀ କାହିଁ ବା ଏପରି

କୁଆଁତାରା ସମ ତୋରା

ମହୁ ଝରା ମଧୁ ଚାନ୍ଦିନୀ ରାତିର

ସପନ ସୁନ୍ଦରୀ ବାଳା  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance