STORYMIRROR

ରଶ୍ମି ମଲ୍ଲିକ

Romance

2  

ରଶ୍ମି ମଲ୍ଲିକ

Romance

ତମେ ଆସିବ ବୋଲି

ତମେ ଆସିବ ବୋଲି

1 min
350


ତମେ ଆସିବ ବୋଲି

ଆଜି ଏ ପାଗଳର ଆୟୋଜନ

ରାତିକୁ ସାଲିସ୍ କରି ଜହ୍ନକୁ ଆଣିବି ଆଜି,

ପୋଖରୀ ତୁଠରେ ଫୁଟିବ କଇଁ

ଯୋଡ଼ିମୋହୁରୀ ପୁଣି ଉଠିବ ବାଜି

ଜାଣିଚି ବାହାରେ ବୈଶାଖର ତାତି

ହେଲେ କଥାଦେଇଛି ବସନ୍ତ

ବହିଵ ମୃଦୁ ମଳୟ ସାଜି............

ତୁମ ଆସିବାର ବାସ୍ନା ଯେବେ ବାଜିବ ମୋ ଛାତିରେ

ଫୁସୁଲେଇ କହିବି ବାଦଲକୁ

ଟିକେ ଟିକେ ଝରି ପଡ଼ିବ ତୁମ ଦେହରେ

ଆଉ ମୁଁ ଏଠି ନିରବେ ଭିଜିବି

ଅନ୍ତରୁ ଅନ୍ତର ଯାଏଁ.....

ତତଲା ଭୂଇଁପରି ଖୋଲିଜିବି ଗୋଟାପଣେ

ତୁମ ପରଶ ଟିକକ ପାଇବା ଯାଏଁ

©letme_think


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance