STORYMIRROR

ରଶ୍ମି ମଲ୍ଲିକ

Others

2  

ରଶ୍ମି ମଲ୍ଲିକ

Others

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

1 min
307


ବୟସର ଅଧାରାସ୍ତାରେ

ତୋ କୋଳରେ ଆଜି ଦୁଇଟି ଛୁଆ

ମୋ କାନ୍ଧରେ ବି ଚାରିପ୍ରାଣୀର ବୋଝଥୁଆ

ତୁ ଟିକେ ଟିକେ ନଇଁ ପଡିଲୁଣି

ମୁଁ ବି ଟିକେ ଥକି ପଡିଆସିଲିଣି ,

ଲହୁଣୀ ପରି ଗାଲରେ ତୋର କୁଞ୍ଚ ପଡ଼ିଲାଣି ,

କିଛିଟା ଧଳାହେଲାଣି ବାଳ ତୋର,

ମୁଁଭି କଉ ଆଉ ସବୁଜ ହିରୋ ହୋଇ ରହିଛି ??

ହେଲେ ସତ କହୁଛି ଆଜିବି ........

ମୋ ଭିତରେ ତୁ କଉଠି ବଞ୍ଚିଛୁ ,

ପାଉଁଶତଳ ସ୍ମୃତିହୋଇ ପୁଣି ମହମପରି ତରଳୁଛୁ ,

ଆଉ ମୁଁ ଏବେଭି ଭିଜୁଛି ଏକାନ୍ତରେ ଅଦିନିଆ ବର୍ଷାରେ...

ଏଇ ବୋଧେ ପ୍ରେମ .......

ଯିଏ କେବେ ଲିଭେନି ,ଅନବରତ ଜଳେ ଆଉ ଜଳଉଥାଏ ||


||ରଶ୍ମି ମଲ୍ଲିକ ||


Rate this content
Log in