ଅଲିଭା ମିଠା ଦାଗ
ଅଲିଭା ମିଠା ଦାଗ
ତୁ ସିନା ଦେଇ ପାରିଲୁନି ମତେ
ଦିପଟ୍ଟ ଶଙ୍ଖା କି ଟୋପାଏ ସିନ୍ଦୂର,
ହେଲେ ....
ଯିଏ ମତେ ଦେଲା ଏସବୁ
ଆଜି କୂଳବଧୁ ମୁଁ ତାର ।।
ସକାଳ ଧୂପରୁ ସଞ୍ଜ ଆଳତି ଯାଏଁ
ନିଇତି ପୂଜୁଛି ମୁଁ ତାକୁ ।।
କେଵେ ଯଦି ତୁ ପଚାରି ବସୁ
ଏସବୁ ଭିତରେ କଅଣ ସତରେ
ପ୍ରେମ କରି ପାରିଛୁ ତାକୁ ???
ସେଦିନ...
ଲୁହ ଆଢୁଆଳରେ ହୁଏତ
ମୁଁ ଚେଷ୍ଟା କରିବି ସତ ଲୁଚାଇଵାକୁ ।।
।।ରଶ୍ମି ମଲ୍ଲିକ ।।
