STORYMIRROR

ରଶ୍ମି ମଲ୍ଲିକ

Tragedy

3  

ରଶ୍ମି ମଲ୍ଲିକ

Tragedy

ଅଲିଭା ମିଠା ଦାଗ

ଅଲିଭା ମିଠା ଦାଗ

1 min
382


ତୁ ସିନା ଦେଇ ପାରିଲୁନି ମତେ

ଦିପଟ୍ଟ ଶଙ୍ଖା କି ଟୋପାଏ ସିନ୍ଦୂର,

ହେଲେ ....

ଯିଏ ମତେ ଦେଲା ଏସବୁ

ଆଜି କୂଳବଧୁ ମୁଁ ତାର ।।

ସକାଳ ଧୂପରୁ ସଞ୍ଜ ଆଳତି ଯାଏଁ

ନିଇତି ପୂଜୁଛି ମୁଁ ତାକୁ ।।

କେଵେ ଯଦି ତୁ ପଚାରି ବସୁ

ଏସବୁ ଭିତରେ କଅଣ ସତରେ

ପ୍ରେମ କରି ପାରିଛୁ ତାକୁ ???

ସେଦିନ...

ଲୁହ ଆଢୁଆଳରେ ହୁଏତ

ମୁଁ ଚେଷ୍ଟା କରିବି ସତ ଲୁଚାଇଵାକୁ ।।


।।ରଶ୍ମି ମଲ୍ଲିକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy