STORYMIRROR

ରଶ୍ମି ମଲ୍ଲିକ

Others

3  

ରଶ୍ମି ମଲ୍ଲିକ

Others

କାହିଁକି ???

କାହିଁକି ???

1 min
252


ସବୁ କାହିଁକିର ଉତ୍ତର ମିଳେନି କାହିଁକି??

ବାଆଁରା ପବନକୁ ପ୍ରେମରେ ବାନ୍ଧିଲୁ ଯେବେ

ମୋ ନିଶ୍ଵାସ ଦେଇ ଛାତିରେ ରହିଲୁ ସେବେ

ଅମାବାସ୍ୟା ରାତିରେବି ତୁ

ପୁନେଇଁ ଜହ୍ନ ହେଇ ଉଁଇଲୁ,

ମୋ ଛାତିତଳ ଉର୍ମୀରେ

ଜୂଆର ହେଇ ମାତିଲୁ.......

ସ୍ବପ୍ନ ଦେଖୁ ନଥିବା ଆଖିରେ

ନେସି ଦେଲୁ ମେଞ୍ଚା ମେଞ୍ଚା ସ୍ବପ୍ନର ଅବିର,

ନିସଂଗତାକୁ ଫିଙ୍ଗିଦେଇ ମୁଁ

ହଜିବାକୁ ଲାଗିଲି ଭିଡରେ ତୋର ।

ମୁଁ ନିଜ ଭିତରେ ହଜୁଥିଲି

କି ତୁ ହଜଉଥିଲୁ??

କାରଣ ଏବେଭି ଅସ୍ପଷ୍ଟ .......

ମୁଁ ଏବେଭି ସେ ଭିଡରେ ନିସଙ୍ଗ ଏକୁଟିଆ

ଆଉ ତୁ ଅଦୃଶ୍ୟ??

ବଞ୍ଚିବାର ଠିକଣା ତ ନଥିଲା

ମରିବାର ଠିକଣା ଛଡାଇଲୁ କାହିଁକି

କହିବୁକି ମତେ ଥରେ....

ସବୁ କାହିଁକିର ର ଉତ୍ତର ମିଳେନି କାହିଁକି ???

।।ରଶ୍ମି ମଲ୍ଲିକ ।।


Rate this content
Log in