STORYMIRROR

ରଶ୍ମି ମଲ୍ଲିକ

Others

3  

ରଶ୍ମି ମଲ୍ଲିକ

Others

ପ୍ରେମ ଦିବସରେ

ପ୍ରେମ ଦିବସରେ

1 min
872


ପ୍ରିୟାଗୋ! ମାଗିନିଅ ଆଜି ମୋଠୁଁ

ଯାହା ଇଛାଅଛି ମାଗିବାର,

ସବୁ ଆଣିଦେବି ,କିଛି ଊଣା ରଖିବିନି

ଜହ୍ନ ତାରା ଅବା ପୁଣି ମୋତି ମାଣିକର ହାର ...

ମୁଁ କହିଲି !!

ମୁଁ ଆଉ କିବା ମାଗିବି କୁହ

ନାହିଁ କିଛି ଅବଶୋଷ ମୋର

ଅନୁରୋଧ ଯେବେ କରୁଛ

ମାଗିବି କିଛି ...କଅଣ ଦେବ ନିଶ୍ଚୟ??

କଥା ଦେଇ କୁହ କଥା ରଖିବ ତମର,

ପାରୁଛ ଯଦି ଏତିକି କର

ସିନ୍ଦୂର ଫରୂଆରୁ ଆଣିଗୋ ଦିଅ

ଟୋପେ ନାଲି ସିନ୍ଦୂର ଗାର ।।


।।ରଶ୍ମି ମଲ୍ଲିକ ।।

©letme_think


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍