ତଳ ପାହାଚ ଆଡକୁ
ତଳ ପାହାଚ ଆଡକୁ
ଯେତେ ସବୁ ଗପ ଶୁଣା ଯାଇଚି
ସବୁତକ ଆଈ କହିଚି
ସଳଖି ହେଉ ନାହିଁ ବକ୍ର ଗତି, ଯଉବନ ଆସୁ ନାହିଁ
ଖେଳକୁ
ସୁଅ ନାହିଁ ସ୍ୱପ୍ନରେ,ଗୀତ ନାହିଁ ପ୍ରୀତିରେ
କାହିଁକି ଏ ଶୋଭା ଯାତ୍ରା ଆଶା
ଅବିବେକୀ ମାନେ ପ୍ରଚଣ୍ଡ ଗ୍ରୀଷ୍ମ ରଡ ନିଆଁ ପରି
କେଉଁଠି ଲେଖା ସେ ଅଲିଖିତ ଲିପି ମାଳା !
କାହିଁକି ଆମର ଏ ଇତସ୍ତତଃତା !
ସଂପର୍କ ପାହାଡର ଜୁଡାରେ
ଭୟଙ୍କର ବିଷ ବୋଳା ଫୁଲ
ବିଳାପ ମଧ୍ୟେ ଶ୍ୟାମଳ ଲାଗୁଥିବା
ଗଛ ପୁଣି
କଳା ହେଇ ଯାଏ !