STORYMIRROR

Jesu christ Muduli

Inspirational

4  

Jesu christ Muduli

Inspirational

ଥାଲକୁଡ଼ି

ଥାଲକୁଡ଼ି

1 min
4.1K

ସେହି" ଥାଲକୁଡି"

 ଜ୍ଞାନ ବିକାଶର ଶକ୍ତ ଶିଢି

 ତୁମେ ଥାଲକୁଡି....

 ସ୍ମରଣ ଶକ୍ତିର ବର୍ଦ୍ଧକ ତୁମେ

 କେତେ ଜୀବନର 

 ଆଶା ବାଡି....।

 କେଡେ ମହାନ ତୁମେ "ଥାଲକୁଡି"

 ତୁମେ ସଂଜୀବନୀର ଯାଦୁ ଛଡ଼ି

 ଲତା ତୁମ ବାଟି

 କ୍ଷୀର ରେ ପିଇଲେ

 ମଧୁ ମେୟ କ୍ଷତ ଯାଏ ଛାଡ଼ି

 ପୁଣି ହୁଅ ସାହା

 ହେଲେ ପାଟି ଘା

 ହଳଦୀ ମରିଚ ସହ

 ଛେଚା ହେଇ ତୁମେ

 ପାଟିରୁ ଘା କୁ ଦିଅ ତଡି..।

 କେଡେ ମହାନ ତୁମେ " ଥାଲକୁଡି "

 ବିଧାତା କେମିତି ଦେଲା ଗଢ଼ି

 ତୁମ ରସ ପି

 ଯକ୍ଷ୍ମା - କୁଷ୍ଠ ବ୍ୟାଧି

 ଭାବନ୍ତି ଦେହରୁ ଯିବେ ଛାଡ଼ି

 କେତେ କେତେ ଲୋକ

 ରଖନ୍ତି ବିଶ୍ୱାସ

 ଖାଇଲେ ତୁମକୁ

 ଛାଡ଼ିବ ତାଙ୍କ ଶ୍ୱାସ

 ବାହାରେ ବୁଲିବେ ଗାଡ଼ି ଚଢି..।

 କେଡେ ମହାନ ତୁମେ " ଥାଲକୁଡି "

 ତୁମେ ଉପଶମ ଛୁଆଁ ଖଡ଼ି

 ମହୁ ସହ ତୁମେ 

 ଗରମ ପାଣିରେ

 ରକ୍ତରୁ ମଇଳା ଦିଅ ଫେଡି

 ପତ୍ର ରସ ତୁମ 

 ଜ୍ଵର କରେ ଭଲ

 ଅର୍ଦ୍ଧ କପାଳୀକୁ

 କର କଲବଲ 

 ଆଶୁ ଚାଲି ଯାଏ ଛାଡ଼ି ରଡ଼ି...।

 କେଡେ ମହାନ ତୁମେ" ଥାଲକୁଡି "

 କେତେ କେତେ ରୋଗ

 ଯାଏ ଦେହ ଛାଡ଼ି

 ତେଣୁ ଖାଉଥାଅ ଥାଲକୁଡି

 ଗୋଟା ହେଉ କିବା ବାଟି କି

 ଖାଉ ଥାଅ ମନ ଦେଇକି

 ସ୍ବାସ୍ଥ୍ୟ ହେଇ ଯିବ ସଜାଡି

 ଖୁସି ହେଇ ଯିବ ଅଜାଡ଼ି

 ବାଃ ବାଃ ରେ ତୁମେ " ଥାଲକୁଡି "..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational