STORYMIRROR

Nilamadhab Kar

Abstract

3  

Nilamadhab Kar

Abstract

ତାଳ ଗଛର ଛାଇ

ତାଳ ଗଛର ଛାଇ

1 min
116

ଏବେ ଏଣିକି, ଫସଲ କାଟିବାର ବେଳ

ଲିପି ପୋଛି, ଖଳା ସଜେଇ

ଜୀବନଯାକର ପରିଶ୍ରମର ଫଳ

ତୋଳିତାଳି ଘରକୁ ଆଣିବା ସମୟ ଏବେ

 

ମୁରୁଜ ପକେଇ ଆମନ୍ତ୍ରଣ କରିବାର ବେଳ ଏବେ

ସମସ୍ତଙ୍କୁ ଖୁସିରେ ଖୁସିରେ

ଶାନ୍ତିରେ, ଆଶ୍ଵସ୍ତିରେ ନିଜ ନିଶ୍ୱାସ

ଭୁଲିଯିବାର ବୟସ ଏବେ

 

ଏମିତିରେ ଋତୁଟେ କି ବର୍ଷଟେ

ଏପଟ ସେପଟ, କିଏ କେଉଁଠି

କେତେ ବାଟରେ,

ସମସ୍ତେ କିନ୍ତୁ ପହଞ୍ଚି ସାରିଛନ୍ତି

ଅପରାହ୍ନରେ, ସୁନେଲି ସ୍ୱପ୍ନସବୁ

ସାକାର ହେଇଯିବାର ବିଭୋର ଅବସ୍ଥାରେ

  

ଦୋଳି ଖେଳୁଛି ମନ

କିଏ କେତେ ବାଟ ଆସିଲେଣି

ଆଉ କେତେ ବାଟ ବାକିଅଛି

ତେବେ ସାବଲୀଳ ହେଇଗଲାଣି ଗତି ଟିକେ

ଚାରିଆଡକୁ ସହଜରେ ଦେଖିପାରିବା

ସମ୍ଭବ ହେଇଗଲାଣି ସତେ

 

ଘରକୁ ଫେରିବାକୁ ଇଚ୍ଛା ଜାଗିଲାଣି

ଧିରେ ଧୀରେ, ଅନେକଙ୍କ ମନରେ ମନରେ

ପଛକୁ ଚାହିଁବାର ପର୍ବ ଆରମ୍ଭ ହେଉଛି ବୋଧେ

 

ତାଳଗଛର ଛାଇ ପରି ଧୀରେ ଧୀରେ

ଏଣିକି ଏଣିକି ତମ ଦିନ ସବୁ ଖୁବ ଲମ୍ବା ହେଇଯିବ

ତମ ପାଖରେ ଅନେକ ପ୍ରଶାନ୍ତି ଥିବ

ସୁନେଲି ଖେତରେ ଲହଡି ଖେଳୁଥିବା ପବନର ସଙ୍ଗେ ତାଳ ଦେଇ

ତମ ଇଚ୍ଛା ହେଉଥିବ, ଖୋଜିବାକୁ, ପାଇବାକୁ, ଆଲିଙ୍ଗିବାକୁ 

ଆଉଥରେ ଜିଇଁବାକୁ, ହଜିଗଲା ଦିନସବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract