STORYMIRROR

Nilamadhab Kar

Abstract

3  

Nilamadhab Kar

Abstract

ପୀରତିର ଶବ୍ଦ

ପୀରତିର ଶବ୍ଦ

1 min
139

ଶୋକାକୁଳ ତାରାଙ୍କର

ନିରବ ଶୋଭାଯାତ୍ରା, ରାତି ଆକାଶରେ


ଜହ୍ନକୁ ଛାଡି

କଇଁର ଅଲାଜୁକୀ ପୀରତିର ଶବ୍ଦ

ଭଅଁର ସହ - ଚହଲୁଥିବା ତା ଆଦିମତା 

ଧରା ପଡୁଥିଲା ପାଣିର ଛୋଟ ଛୋଟ ତରଙ୍ଗ ଉପରେ

ପ୍ରତିବିମ୍ବିତ ହେଉଥିଲା ସେଠି

ସଂଖ୍ୟାହୀନ ଜୋଛନାର ଅସ୍ଥିର ଲହରୀ

ଭାଙ୍ଗିରୁଜି ଯାଇଥିବା ଜହ୍ନଟିର

ହତାଶା ବୋଳା ମୁଖା

ଭାସୁଥିଲା ପୋଖରୀ ଜଳରେ


ଲହରୀ ଶେଯରେ

ବିତୁଥିଲା ଦଗାଦିଆ ରାତି


କିଛି ନ ଜାଣିଲା ପରି

ନିଜ ପ୍ରେମିକକୁ ଛାଡି

ଅନ୍ୟଜଣଙ୍କୁ ବାହା ହେଇଯାଉଥିଲା କଇଁ

ଖୁସିରେ,

ଖଟତଳେ ଲୁଚେଇ ଦେଇ ଅତୀତ


ଜହ୍ନ ସବୁ ଦେଖି ବି

ସହି ଯାଉଥିଲା

ମେଘର ମିଛ ମିଛ ପରଦାଟେ ଟାଣି

ଢାଙ୍କିବାକୁ ଚେଷ୍ଟା କରୁଥିଲା ତା ମନ

ତା ଲୁହ ଭିଜା ଆଖିକୁ

ଆଉ ଟିକେ ଅସ୍ପଷ୍ଟ କରିଦେଉଥିଲା

ରାତିର ଅନ୍ଧାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract