ତମେ, ତମେ ନୁହଁ ସେ ଠିକଣାରେ
ତମେ, ତମେ ନୁହଁ ସେ ଠିକଣାରେ
1 min
239
ଖୁବ ଭଲ ତମେ ସଂଗେ
ଆଖି ନ ମିଳିବା
ସେ ଠିକଣାରେ ।
କଣ ଦେଖିଥାନ୍ତି ମୁଁ
ସାବଜା ଶାଢୀରେ ଢଙ୍କା
ତମ କାକୁଡି ପରି ହାତ ଗୋଡ
ମୋଗଲସରାଇର ପିଜୁଳି ପରି ସ୍ତନ
ଆଖି ଦିଟା ଅଙ୍ଗୁର
ଅଳପ ଟିକେ ରଙ୍ଗରେ
ମଡର୍ଣ୍ଣ ଆର୍ଟ ହେଇଥିବା ମୁହଁ ।
ତା ଭିତରେ
ଖୁବ ପୁରାତନ କ୍ଷୁଧା
ଇଙ୍ଗିତ ଆକ୍ରମଣ
ଆଉ କିଛି ଅଧିକ ଟଙ୍କାରେ
ହୁଏତ କିଣି ହେବ
ଆହୁରି ଅସଂଜତ ବିଶେଷଣ ।
ଖୁବ ଭଲ ତମ ସଂଗେ
ଆଖି ନ ମିଳିବା
ସେ ଠିକଣାରେ ।
ସେଠି ତ ଆଉ
ତମେ, ତମେ ନୁହଁ
ତମେ, ତମ ଦେହ
ମୁଁ, ମୋର କ୍ଷୁଧା
ଆଉ ବେଜାଏ ପଇସା ।
