ମୁହୂର୍ତ୍ତକର ଜୀବନଟେ ପାଇଁ
ମୁହୂର୍ତ୍ତକର ଜୀବନଟେ ପାଇଁ
ମୁହଁ ଖୋଲି କହି ପାରିଥିଲେ ହୁଏତ
ବଦଳି ଯାଇଥାନ୍ତା ଜୀବନ
ଏତେ ସମୟ
ଏ ଗତାନୁଗତିକତା କୁଆଡେ
ଉଭେଇ ଯାଇଥାନ୍ତା
କୁହୁଡି ପରି
ତମ ସାନିଧ୍ୟରେ
ପୁରା ଜୀବନ ଜିଇଁ ସାରିଲା ପରେ ବି
ଲାଗୁଛି ଆହୁରି ଅନେକ କିଛି ରହିଗଲା ବାକି
‘ମୁଁ ତମର, ତମେ ମୋର’ ହେଇ
ମୁହୂର୍ତ୍ତକର ଜୀବନଟେ ହେଉ ପଛେ
ସେମିତି ଜୀବନଟେ
ଜିଇଁବାକୁ ଇଚ୍ଛାଟେ
ଉବୁଟୁବୁ ହେଉଛି ଏବେ
ବେଳ ଗଡି ଆସିବା ବେଳେ

