STORYMIRROR

Nilamadhab Kar

Romance

3  

Nilamadhab Kar

Romance

ମୁହୂର୍ତ୍ତକର ଜୀବନଟେ ପାଇଁ

ମୁହୂର୍ତ୍ତକର ଜୀବନଟେ ପାଇଁ

1 min
141


ମୁହଁ ଖୋଲି କହି ପାରିଥିଲେ ହୁଏତ

ବଦଳି ଯାଇଥାନ୍ତା ଜୀବନ

 

ଏତେ ସମୟ 

ଏ ଗତାନୁଗତିକତା କୁଆଡେ

ଉଭେଇ ଯାଇଥାନ୍ତା

କୁହୁଡି ପରି

ତମ ସାନିଧ୍ୟରେ

 

ପୁରା ଜୀବନ ଜିଇଁ ସାରିଲା ପରେ ବି

ଲାଗୁଛି ଆହୁରି ଅନେକ କିଛି ରହିଗଲା ବାକି

 

‘ମୁଁ ତମର, ତମେ ମୋର’ ହେଇ

ମୁହୂର୍ତ୍ତକର ଜୀବନଟେ ହେଉ ପଛେ

ସେମିତି ଜୀବନଟେ

ଜିଇଁବାକୁ ଇଚ୍ଛାଟେ  

ଉବୁଟୁବୁ ହେଉଛି ଏବେ

ବେଳ ଗଡି ଆସିବା ବେଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance