STORYMIRROR

Srinibas Mahalik

Inspirational

2  

Srinibas Mahalik

Inspirational

ତାଜ୍ ମହଲ୍

ତାଜ୍ ମହଲ୍

1 min
13.8K


ତର୍କ ବିତର୍କ ଚାଲିଥିଲା କେତେ

ତାଜ୍ ମହଲକୁ ନେଇ

ନା ସେ ମନ୍ଦିର ନା ମକବରା 

ଏସବୁ କଥାକୁ ଥୋଇ ।।

କିଏ କହୁଥିଲା ତେଜୋ ମହାଲୟରୁ

ହୋଇଥିଲା ତାହା କଟି

କିଏ କହୁଥିଲା ମମତାଜ୍ ନାମେ

ତାଜ୍ ମହଲର ସୃଷ୍ଟି ।।

କିଏ କିଏ ପୁଣି କହୁଥିଲେ ତାହା

ହିନ୍ଦୁଙ୍କର ଶିବ ଟେମ୍ପଲ୍

କିଏ କିଏ ପୁଣି ମତ ରଖୁଥିଲେ

ଲଅଭର ତାହା ସିମ୍ବଲ୍ ।।

ପ୍ରତ୍ନତାତ୍ତ୍ବିକଙ୍କ ସାହାଯ୍ୟରେ ଶେଷେ

ମତ ଦେଲା ଅଦାଲତ

ମୋଗଲଙ୍କ ଦ୍ଵାରା ନିର୍ମିତ ଏହା

ଐତିହ ସମାଧି ସୌଧ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational