Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta kumar Sahoo

Inspirational

3  

Hemanta kumar Sahoo

Inspirational

ତା ସଙ୍ଗେ ରଖିଲେ ଭାବ

ତା ସଙ୍ଗେ ରଖିଲେ ଭାବ

1 min
116



ଭାବର ଠାକୁର ଭାବ ହିଁ ବୁଝିବ 

ଆନ କିଛି ବୁଝେ ନାହିଁ

ଭାବରେ ବନ୍ଧା ଯେ ପ୍ରକୃତ ଭକତ

ସଦା ତାକୁ ଚାହିଁଥାଇ ।।


ଅନ୍ତର ଭାବନା ମନ ଓ ଚେତନା

ବନ୍ଧା ଥିବ ତା ପାଶରେ

ଅନ୍ତର ଅଳିଆ କାଢି ପରିଷ୍କାର

ଚିତ୍ତ କାଳିଆ ପାଦରେ ।।


ସଚ୍ଚା ଭକତର ନିର୍ମଳ ହୃଦୟ

ନମ୍ରତା ଗୁଣ ବିଧେୟ

ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଭାବ 

ସଂସାରର ଛାଡି ମୋହ ।।


କାଳିଆ ଆଦର କରଇ ଭକତେ 

ଯିଏ ତା ପ୍ରେମରେ ବାଇଆ 

ମୋହ ମାୟା ବନ୍ଧନକୁ ଦୂରେ ତେଜି 

ଭଜୁଥିବ ଖାଲି କାଳିଆ ।।


ଭାବ ଏମିତିକା କହିତ ନୁହଁଇ

ଚେତନାର ଅଂଶ ବିଶେଷ 

କାମନା ବାସନା ମହତ୍ଵ ରଖେନି 

ଅମଣିଷତା ପାଏ ଲୋପ ।।


କର୍ଣ୍ଣ ସଦା ଶୁଣେ ହରିନାମ ଧ୍ଵନି 

ନାକକୁ ବାସେ ଚନ୍ଦନ 

ଆଖି ଯାଏ ଲାଖି କାଳିଆ ଆଖିରେ 

ପାଦ ଖୋଜେ ବୃନ୍ଦାବନ ।।


ହାତ ଖୋଜେ ସଦା କାଳିଆ ଷ୍ପରଶ 

ମନ ରହେ ପ୍ରଭୁ ପାଶରେ 

ଅନ୍ତର ଝୁରଇ କାଳିଆ କାଳିଆ 

ଚିତ୍ତ ବନ୍ଧା ପ୍ରଭୁ ଭାବରେ ।।



Rate this content
Log in

Similar oriya poem from Inspirational