STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ସୂର୍ଯ୍ୟଙ୍କର ଆଭା ନିଷ୍ପ୍ରଭ ହେଉଛି

ସୂର୍ଯ୍ୟଙ୍କର ଆଭା ନିଷ୍ପ୍ରଭ ହେଉଛି

1 min
13.5K


ସୂର୍ଯ୍ୟଙ୍କର ଆଭା ନିଷ୍ପ୍ରଭ ହେଉଛି

ଦିନ ଅବସାନ ପ୍ରାୟ

ପ୍ରତୀଚୀ ଗଗନ ଶୋଭା ତାମ୍ରମୟ

ସନ୍ଧ୍ୟାକୁ ସ୍ବାଗତ ପ୍ରାୟ।

ଚଳଚଞ୍ଚଳଟା ଦିବସର ତେଜ

ନିଷ୍କ୍ରାଣ ନିସ୍ତେଜ ଭରା

ତାତିର ତପ୍ତତା ଶରୀର କ୍ଳିଷ୍ଟତା

ତୃପ୍ତିହିନ ଦିଗହରା।

ଯନ୍ତ୍ରଣାର ଜୂପ କାଠିରେ ଅତିଷ୍ଠ

ମନର ମାନସିକତା

ତଥାପି ପ୍ରାଣର ନିବିଡ ଆଶ୍ବାସ

ରହିବାକୁ ତଲ୍ଲିନତା।

ଧୈର୍ଯ୍ୟର ଆଇନା ଭାଙ୍ଗିବାର ନାହିଁ

ଲଢିବାର ସୁପ୍ରେରଣା

ସଜାଇବା ସତ ସଜ୍ଜିତ ରୂପରେ

ପ୍ରତିକୂଳ ତାକୁ ଜଣା।

ପ୍ରତିଶ୍ରୁତି ପ୍ରତି ପଦର ମୁହୂର୍ତ୍ତ

ପ୍ରକୃତିର ସୁନିୟନ୍ତ୍ରଣ

ଦୁଃଖ ସାଥେ ସୁଖ ଜୀବନ ମିଶ୍ରଣ

ସଜାଡିବା ତାକୁ ଜଣା।

ଥଣ୍ଡା ଥଣ୍ଡା ଏବେ ସମୟର ଗତି

ଭୁଲିଯିବା ସବୁ କ୍ଳାନ୍ତି

ସ୍ବାଗତିବା ପୂତ ସନ୍ଧ୍ୟା ମୁହୂର୍ତ୍ତକୁ

ଗାଇବା ପବିତ୍ର ଗୀତି।

ମାର୍ତ୍ତଣ୍ଡଙ୍କ ଦିବ୍ୟ ଉପସ୍ଥିତି ଦେଖ

ହଜିଗଲା ଦୁଃଖ ଗୀତି

ଲାଗିଗଲା ଘରେ ଘରେ ସନ୍ଧ୍ୟାବତୀ

ମନରୁ ହଜିଲା ଭୀତି।

ପୂର୍ଣ୍ଣମୀର ପୂତ ପବିତ୍ରର ବାସ

ଘରେ ଘରେ ପୂଜାର୍ଚ୍ଚନା

ଇନ୍ଦ୍ରଙ୍କ ଉତ୍ସବ ନାମେ ଅଭିହିତ

ପୂଜା ପରେ ବନ୍ଦାପନା।

ଭାଗବତ ଜନ୍ମ ପାଳିତ ମନ୍ଦିରେ

ପାଳନ କରନ୍ତି ଜନେ

ପ୍ରତି ଘରେ ଭାଗବତ ପାରାୟଣ

ସଭିଏଁ ସନ୍ତୋଷ ମନେ।

ସର୍ବ ଜୀବଙ୍କର କଲ୍ୟାଣକାରିର ଏ

ପବିତ୍ର ବ୍ରତ ମହିମା

ଶାନ୍ତି ମୁକ୍ତି ପ୍ରୀତି ସମତାର ପଥେ

ଫୁଟୁଥାଉ ତା ଗାରିମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational