ସୁସ୍ଥ ପରିବେଶ ସୁସ୍ଥ ଜୀବନ
ସୁସ୍ଥ ପରିବେଶ ସୁସ୍ଥ ଜୀବନ
ସୁସ୍ଥ ହେଲେ ପରିବେଶ
ସୁସ୍ଥ ହେବ ଜୀବନ
ସୁସ୍ଥ ହୋଇଲେ ଜୀବନ
ଶାନ୍ତ ହେବ ପରାଣ।
ଆମ ଚତୁଃପାର୍ଶ୍ବ ସଦା
ପରିଷ୍କାର ରଖିବା
ଆବର୍ଜନା କେବେ ହେଲେ
କେବେ ତ ନ ଫିଙ୍ଗିବା।
ବୃକ୍ଷ ଲତା ବନ୍ଧୁ ଆମ
କାଟିବା ନି ତାହାଙ୍କୁ
ଗଛ ଥିଲେ ସୁରକ୍ଷିତ
ସାହା ହେବେ ଆମ୍ଭଙ୍କୁ।
ଦୂଷିତ ବାୟୁ କୁ ତରୁ
କରିଥାଏ ବିଶୁଦ୍ଧ
ବିଶୁଦ୍ଧ ବାୟୁ ସେବନେ
ଆମେ ରେ ସୁରକ୍ଷିତ।
ଆସ ଆସ ଆସ ସବୁ
ଏକ ଆମେ ହୋଇବା
ଅନେକ ରେ ଏକ ହୋଇ
ଏହି କଥା କହିବା।
ପରିବେଶ ଆମ ସ୍ୱଚ୍ଛ ରଖିବା
ନିଜେ ହସି
ଆନ ମୁଖେ
ହସ ଆମେ ଭରିବା।