STORYMIRROR

Ranjan Kumar Brahma

Tragedy

3  

Ranjan Kumar Brahma

Tragedy

ସୁଷମା ଫେରିବ

ସୁଷମା ଫେରିବ

1 min
414


କି ଗୁଣ ଗାଇବି ଲେଖନୀ ମୁନର

ଜାଗ୍ରତ ସଦା ବେଳ ।

ଝରାଏ କାଳି ନିଜ ବୁକୁରୁ ଢାଳି 

ନ କରି କୋଳାହଳ ।।


ଆଖି ଯାହା ଦେଖେ କାନ ଯାହା ଶୁଣେ

ମନେ ଯେ ସବୁ ଧରେ ।

ଲେଖନୀ ମୁନରେ କାଗଜ ଉପରେ

ଭାବନା ଭୋଳେ ଭରେ ।।


ଯେ ଆଖି ଚମକେ ଫୁଲ ରଙ୍ଗ ଦେଖି

ପକ୍ଷୀର ତାନେ ନାଚେ ।

ସେ ଆଖି ଯକାଏ ଆତ୍ମୀୟ ହରାଇ 

ଫଟା ବୁକୁରେ ଲେଖେ ।।


ସୁଷମାଙ୍କୁ ଭଣି ସୁଷମାକୁ ବୁଣି 

ରଚେ ଐତିହ କେବେ ।

ସ୍ୱରାଜ ପଦରେ ଲେଖନୀକୁ ଥୋଇ

ଫେରିଵା ଆଶ ଏବେ ।।


ବୀର ପ୍ରସବିନୀ ଭାରତ ଜନନୀ

ଦେଇଛି ବହୁ ନର ।

ପୂରଣ କରିବେ ତାଙ୍କରି ଆସ୍ଥାନ

 ଡାକେ ଡା଼କିର ସ୍ୱର ।।


Rate this content
Log in

Similar oriya poem from Tragedy