STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ସୁସ୍ୱାଗତମ୍ ନବ ବରଷ

ସୁସ୍ୱାଗତମ୍ ନବ ବରଷ

1 min
326

 

ସୁସ୍ୱାଗତ ହେ ନବବର୍ଷ ଆସି ହୁଅ ଆଗତ

ନୂତନ ଆଲୋକେ ଧରା ହେଉ ଉଦ୍ଭାସିତ ।।


ଜାଗି ଉଠୁ ପ୍ରତି ପ୍ରାଣେ କର୍ମମୁଖର ଚେତନା

ବିଶ୍ଵ ସମୃଦ୍ଧି ପଥେ ସୃଷ୍ଟ ହେଉ ନୂଆ ଉଦ୍ଦୀପନା ।।


ସମୟ ସହ ଆଗେଇ ଯିବା ସୁଖ ଦୁଃଖ ସବୁ ସହି

ପ୍ରତିଟି ପ୍ରାପ୍ୟ ପ୍ରାପତ ହେବ ଲେଖିଛି ଯାହା ବିହି ।।


ସୂର୍ଯ୍ୟ ଚନ୍ଦ୍ର ମରୁତ ଅଗ୍ନି ଜଳ ପ୍ରକୃତି ଅନୁସରଣେ

ଜୀବନ ପ୍ରତି ନିଃଶ୍ୱାସ ଶେଷ ହେଉ ମାନବ କାରଣେ ।।


ସ୍ରଷ୍ଟା ହେ ତବ ଶ୍ରେଷ୍ଠ ସୃଷ୍ଟିରେ ଦେଇ ଆମ୍ଭଙ୍କୁ ଜନମ

ଦୟା କ୍ଷମା ସ୍ନେହ ବିଶ୍ୱାସେ ହେଉ ସବୁରି ଧରମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational