STORYMIRROR

Nrusingha Narayan Tripathy

Inspirational Children

4  

Nrusingha Narayan Tripathy

Inspirational Children

ସୁପରମ୍ୟାନ

ସୁପରମ୍ୟାନ

1 min
192


ମାନବ ମଧ୍ୟରେ ଉତ୍ତମ କର୍ମରେ

ହୁଅନ୍ତି ସୁପରମ୍ୟାନ

ଚିନ୍ତା ବୁଦ୍ଧି ବଳେ ସତ କର୍ମ କରେ

ସଦା ଦେଇ ମନପ୍ରାଣ ll


କଲ ଇଲ ନାମେ ଧରି ଷ୍ଟିଲ ମ୍ୟାନ

ଏଟେ ଯେ ସୁପର ମ୍ୟାନ

କ୍ରିପଟନଙ୍କର ଶେଷ ପୁତ୍ର ସିଏ

କାମକରେ ସେ ମହାନ ll


ତାଙ୍କ ଶତ୍ରୁ ଅଟେ ବିସିନେସ ମ୍ୟାନ

ନାମ ଯେ ଲେସ ଲୁଥର

ଫାଇଟିଙ୍ଗ କରେ ଉଡ଼ିକି ଆକାଶେ

ହିରୋଯେ ଆକ୍ସନର ll


ହାତେ ଧରି ସିଲ୍ଦି ଆଭେଞ୍ଜର କାମ

ସେ ଦେଶଭକ୍ତ ସୈନିକ

କ୍ୟାପଟେନ ନାମେ ଆମେରିକା ଦେଶେ

ଅଟେ ସୁପର ସୈନିକ ll


ବିଜ୍ଞାନ ବଳରେ ଆଇରନ ମ୍ୟାନ

ଜାରଭିସ ଏଡୱିନ

ଉନ୍ନତ ମାନର ଯନ୍ତ୍ରଂଶ ଖଞ୍ଜିକି

ହୋଇଲେ ସୁପର ମ୍ୟାନ ll


ନାଲିର ପୋଷାକ କରି ପରିଧାନ

ସ୍ଲାଏଲେଟ ସ୍ପିଡ଼ଷ୍ଟାର

ସୁପର ହିରୋରେ ନାମିତ ହୋଇଲେ

ଦ୍ରୁତ ଅଟେ ଗତି ତାର ll


ମାନବ ଅଟେଇ ସଂସାରେ ଶ୍ରେଷ୍ଠ ଯେ

ଭାବି କହି ଲେଖି ପାରେ

ଉନ୍ନତ ମସ୍ତିଷ୍କ ଅଟଇ ତାହାର

ସୁପର ମ୍ୟାନ ନାମରେ ll


ପରିଶ୍ରମ ବଳେ ମାନବ ହୁଅଇ

ମହା ମାନବର ରୂପ

ସେବା ଧର୍ମ ଗୁଣ ଦର୍ଶନ ଜ୍ଞାନରେ

ହୋଇଥାଏ ତା ସ୍ୱରୂପ ll


ଈଶ୍ୱର ଦୟାରେ ଜନ୍ମରୁ ମହାନ

ହୋଇଥାନ୍ତି କିଛି ଜନ

ନାଚ-ଗୀତ ଜ୍ଞାନ ଖେଳ-କସରତ

ପ୍ରତିଭା ଦେଖାନ୍ତି ଜାଣ ll


ବିଜ୍ଞାନ ବଳରେ ସଂସାରେ ମଣିଷ

ଅଲୌକିକ କରିପାରେ

ମୋବାଇଲ ନେଟ କମ୍ପୁଟର ଜେଟ

ନାନା ଦ୍ରବ୍ୟ ଗଢ଼ିପାରେ ll


ବୈଜ୍ଞାନିକ ଅଟେ ମହାମାନବ ଯେ

ନୂଆ କରି ସୃଷ୍ଟିକରେ

ବିଜ୍ଞାନର ଦ୍ୱାରା ଅସମ୍ଭବ କାର୍ଯ୍ୟ

କରିପାରେ ସମ୍ଭବରେ ll


ସତ୍ୟ ଧର୍ମ ନ୍ୟାୟ ଥିବାର ମଣିଷ

ଗୁଣରେ ସଦା ମହାନ

ପର ସେବା ଧର୍ମ ମଣିଷ କରିଲେ

ହେବ ଯେ ସୁପରମ୍ୟାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational