Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Romance

3  

Debabrata Mishra

Abstract Romance

ସୁନ୍ଦରୀ ସୁନୟନା

ସୁନ୍ଦରୀ ସୁନୟନା

1 min
170


ଟିକିଏ ହସିଲେ ତୁମେ

ଏ ମନର ରଙ୍ଗମଞ୍ଚରେ 

ଭାବନା ରୂପି ଭୂମିକାଗୁଡ଼ିକ ହସିଉଠନ୍ତି, 


ତୁମ ଛବି ଭାବିଲା ମାତ୍ରେ

ହୃଦୟ ନାଟକର ଚରିତ୍ରମାନେ

ତୁମ ସୁନ୍ଦରତା ଦେଖି ଅତି ସୁନ୍ଦର ସାଜନ୍ତି, 


ତୁମ କଥାର କୁହୁକରେ

ଏ ଜୀବନ ଅଗଣାରେ କାକମଧ୍ୟ

କୋଇଲି ପରି ମଧୁର ସଙ୍ଗୀତ ଆସର ଜମାନ୍ତି,


ତୁମ ମୁଖଦେଖି ଦେଖିଲେ ଆକାଶ

ତୁମ ରୂପର ମଧୁ ଜୋସ୍ନାରେ 

ଜହ୍ନର କଳଙ୍କଗୁଡ଼ିକ ସତେ ଉଭେଇ ଯାଆନ୍ତି, 


ତୁମ ଆଖିର କଥା ପଢିଲା ପରେ

ମୋ' କଲମରାଜ ହରାଇ ନିଜ ନିୟନ୍ତ୍ରଣ 

କେବଳ ତୁମକୁ ହିଁ କବିତାରେ ରଚିଯାଆନ୍ତି, 


ତୁମ ହସର ଏ କି ପାର୍ଶ୍ୱ ପ୍ରତିକ୍ରିୟା

ହସି ପାରୁନଥିବା ମଣିଷଟା 

ତୁମ ଭାବନାରେ ବୁଡ଼ି ଏ ମନ ଭାବନାଗଣ ହସନ୍ତି, 


ନୟନର ସୁନ୍ଦରତା ହସର ସ୍ମିତତା

ଏ ମନରୁ ଶବ୍ଦ ଗୁଡ଼ିକ କରେ ଆବିଷ୍କାର

ଇଛାହୁଏ ତୁମ ହସକୁ ନେଇ ମିଠା ଗବେଷଣା କରନ୍ତି। 


Rate this content
Log in

Similar oriya poem from Abstract