Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ସୁମରି ନରହରି

ସୁମରି ନରହରି

1 min
3



ଭାଗ୍ୟହୀନ ପାଇଁ ନାହିଁ କରତାଳି 

ମରୁ ମରିଚିକାରେ ନାହିଁ ପୁଷ୍ପମାଳି

ସଫଳତା ନିତି ଖେଳେ ଲୁଚକାଳି

ସମୟ ଦେଖାଏ ଭେଳିକି ଭେଳି


ଜୀବନଟା ଲାଗେ ଅସାର ଅନ୍ଧାର

ଲାଞ୍ଛନା ଯାତନା ପାଇଁ ବଞ୍ଚିଛି ନର

କ୍ଷଣକୁ କ୍ଷଣ ସହେ କଟୁ ତିରସ୍କାର

ବିଫଳତା ସର୍ବକ୍ଷେତ୍ରେ ମିଳେ ତତ୍ପର


ହାରିବା ନାହିଁ ଯାତକେ ମର୍ତ୍ତ୍ୟଲୋକରେ

ଗାଳି ତାଳି ମାଡ଼ ପରା ଅମଡ଼ା ପନ୍ଥାରେ

ଚାଲିବାକୁ ହେବ ଝୁଣ୍ଟି ଗୁରୁଣ୍ଡି ଗୁରୁଣ୍ଡି

କ୍ଷତବିକ୍ଷତ ରକ୍ତରଞ୍ଜିତ ହେଲେ ହେଉ ଏରୁଣ୍ଡି


ସାହାସ ଧୈର୍ଯ୍ୟ ସହନଶକ୍ତି ଆୟୁଧ କରି

କର୍ମ କରିଚାଲ ନିତି ସୁମରି ନରହରି

ଶୋକ ଜର୍ଜରିତ ହେଲେ ବି ଚିତ୍ତପ୍ରଦେଶ

ନଇଁ ଯିବାର ନାହିଁ ଅନବରତ ଚେଷ୍ଟିତ


ବିଫଳତାର କଳାବାଦଲ ଯିବ ଅପସରି

ଯୁଝିବାର ସାହାସ ଆଗେ ନତମସ୍ତକ କରି

କପାଳୁ ଝାଳ ପୋଛି ପୁଣି ଅଣ୍ଟା ସଳଖ କରି

ଜୀବନ ତରଣୀ ମେଲିଦେବା ବିଭୁନାମ ସୁମରି


ମା' - ବାପାଙ୍କ ଚରଣ ରଜରେ

      ସ୍ମରଣ ଅର୍ପଣ ଥାଏ ଯାହାର

ଦୁର୍ଗମ ବନ୍ଧୁର ଖସଡା ପଥ ବି

  ସାକାର ପାବଚ୍ଛ ପାଲଟେ ସୁମନ ସୁନ୍ଦର


Rate this content
Log in

Similar oriya poem from Tragedy