ବସନ୍ତ ବୟିରୀ
ବସନ୍ତ ବୟିରୀ
ତୁମେ ଦେଖୁଅଛ
ମାଘ ପିଠିରେ ବସି
ଫଗୁଣ ବାଆ ବହୁଛି ହସି
ମଧୁମାସ ବସନ୍ତ
ଋତୁରାଜ ବସନ୍ତ
ଧରାଧାମେ ପଦାର୍ପଣ କଲାଣି ଆସି ।
ଅନ୍ଦାରକଣା ରୋଗ ଗ୍ରାସିଲାଣି
ପ୍ରକୃତିର ତାଣ୍ଡବ ତଣ୍ଟିଯାଏ ମାଡିଲାଣି
ଅବଶ୍ୟ ତୁମକୁ ଦିଶେନି
ଋତୁଚକ୍ରର ବିବର୍ତ୍ତନ ବୁଝିପାରନି ।
ତତଲା ଚଇତି ଝାଞ୍ଜି
ସିଝି ଝଡିଲାଣି ତିନିପାଞ୍ଜି
ଝାଳ ଗମ୍ ଗମ୍ ଗଳଦଘର୍ମ
ପବନର ଲେସମାତ୍ର ନାହିଁ ଶର୍ମ
ଆଉଟୁ ପାଉଟୁ ମଣିଷ ଜୀବନ
ବିଜୁଳି ବତୀର
ଗଲା-ଅଇଲାର ଦୟାରେ ବିଚରା
ବଂଚି ଯାଉଛି
ବର୍ତ୍ତି ଯାଉଛି
ଫାନ୍ଦି କୁଲର୍ - ଏସି - ଇନ୍ ଭାଟର ।
କହୁଛ କ'ଣ ନା
ମଧୁମାସ ଆସିଛି ଧାଇଁ
ତରୁ ତୃଣରେ ନବ କିସଳୟ ମାରୁଛି ହାଇ ।
ଫଗୁଣର ଫଗୁ ମୋ ପାଇଁ ଫାଲତୁ
ଶ୍ରାବଣ ମୋ ସାଥୀ ସହଚରୀ
ପୁରୁଣା ପୀରତି ଅତୀତର ସ୍ମୃତି
ଜଳାଏ ରଗାଏ ବସନ୍ତ ମୋ ବୟିରୀ ।