STORYMIRROR

Debasis Ray

Comedy Children

2  

Debasis Ray

Comedy Children

ସୁକୁଟାର ଜେଜେ

ସୁକୁଟାର ଜେଜେ

1 min
129

ଜେଜେ ବସିଛନ୍ତି ମୁଣ୍ଡକୁ ପାତି


ପାଖରେ ବସିଛି ସୁକୁଟା ନାତି


ଚଷମାଟା ମୋର ଖୋଜିପାଉନାହିଁ


ଖୋଜିଦେ ଟିକିଏ ହଇରେ ଟୋକା


ଚଷମାଟା ତମର ମୁଣ୍ଡରେ ଲାଗିଛି


ପାଉନାହଁ, ତମେ ହୋ ବହୁତ ବୋକା !


ଆମେ କିନ୍ତୁ ପାରୁଛୁ ସବୁ ପଢି


ତମେ ପଢୁଛ ଘଡିକୁ ଶଗଡି


ନାହିଁ ରେ ନାତି ବିନା ଚଷମାରେ


ମୋତେ ଅକ୍ଷର ଦିଶେ ଅଙ୍କା ବଙ୍କା


କହନ୍ତ ଯଦି ତମ ପିଲାବେଳ କଥା


ଶୁଣନ୍ତି ମୁଁ ଟିକେ ନତ କରି ମଥା


ଆମବେଳେ ନଥିଲା ଘର ଖେଳ


ପଡିଆରେ ସବୁ ହେଉଥିଲୁ ମେଳ


ସବୁ ମିଶି ଆମେ ଖେଳୁଥିଲୁ ବାଗୁଡି


ପବନରେ ଉଡାଉଥିଲୁ କେତେ ଗୁଡି


ପାଠ ପଢୁଥିଲୁ ଜଳାଇ ଡିବିରି ବତୀ


ପଢାରେ ସବୁବେଳେ ରହୁଥିଲା ମତି


ନପଢିଲେ ଅବଧାନେ ଦେଉଥିଲେ ମାଡ


ହଉ ବା ଖରାଦିନ ହଉ ଅବା ବେଶି ଜାଡ


ନଥିଲା ଏତେ ଶୀତ ଅଥବା ଗରମ


ଜଳବାୟୁ ପରିବର୍ତ୍ତନ ଭେଦିଛି ମରମ


ହଉ ନାତି ଆଜି ପାଇଁ କଥାଥାଉ ଏତିକି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy