ସୁଖର ଅନ୍ଵେଷଣ
ସୁଖର ଅନ୍ଵେଷଣ
ଦୁଃଖ କଣ ଯଦି ହୃଦୟେ ବିଚାର
ଉତ୍କର୍ଷେ ପହଞ୍ଚି ଯିବ।
ସୁଖର କାମନା ଦୁଃଖର ଆରମ୍ଭ
ବୁଝିପାରେ ନାହିଁ ଜୀବ।
ଯେତିକି ମିଳଇ ଆହୁରି ଖୋଜଇ
ଲାଳସାର ଅନ୍ତ ନାହିଁ।
ଖୋଜିବା ପଛରେ ସମୟ ବହିଯାଏ
ସୁଖ ଶାନ୍ତି ପାଏ ନାହିଁ।
ଅଳ୍ପକ ସୁଖରେ କେ ଖୁସି ହୋଇଯାଏ
କେ ସୁଖର ପାହାଡେ ବସି।
ଅଶାନ୍ତ ମନରେ ହତାଶା ନିଆଁରେ
ପାରେ ନାହିଁ କେବେ ହସି।
ମାଧବୀ ପଟେଲ।
