STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସୁଖର ଅନ୍ଵେଷଣ

ସୁଖର ଅନ୍ଵେଷଣ

1 min
14K


ଦୁଃଖ କଣ ଯଦି ହୃଦୟେ ବିଚାର

ଉତ୍କର୍ଷେ ପହଞ୍ଚି ଯିବ।

ସୁଖର କାମନା ଦୁଃଖର ଆରମ୍ଭ

ବୁଝିପାରେ ନାହିଁ ଜୀବ।

ଯେତିକି ମିଳଇ ଆହୁରି ଖୋଜଇ

ଲାଳସାର ଅନ୍ତ ନାହିଁ।

ଖୋଜିବା ପଛରେ ସମୟ ବହିଯାଏ

ସୁଖ ଶାନ୍ତି ପାଏ ନାହିଁ।

ଅଳ୍ପକ ସୁଖରେ କେ ଖୁସି ହୋଇଯାଏ

କେ ସୁଖର ପାହାଡେ ବସି।

ଅଶାନ୍ତ ମନରେ ହତାଶା ନିଆଁରେ

ପାରେ ନାହିଁ କେବେ ହସି।

ମାଧବୀ ପଟେଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational