STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ସୁଖୀ ହେବାର ଗୁରୁମନ୍ତ୍ର

ସୁଖୀ ହେବାର ଗୁରୁମନ୍ତ୍ର

1 min
172

ଅନ୍ତରାତ୍ମା ସହ କର ନାହିଁ କେବେ ବି ଛଳନା

ଆନ ସହ ନିଜକୁ କର ନାହିଁ ଅଯଥା ତୁଳନା! 


ମୂର୍ଖ ମେଳେ ଗାଅ ନାହିଁ ଜ୍ଞାନର ଗାରିମା

ପରିଜନ ସମ୍ମୁଖେ ପ୍ରଦର୍ଶନ କର ନାହିଁ ବଡ଼ିମା! 


ମନରେ ରଖ ନାହିଁ ଅସରନ୍ତି କାମନା

ପୋଷଣ କର ନାହିଁ ଦୁର୍ବାର ବାସନା! 


ସ୍ଵଳ୍ପ ସାତ୍ତ୍ୱିକ ଭୋଜନେ ସନ୍ତୁଷ୍ଟ ହୋଇଣ 

ବଳକା ଦୀନ ଜନେ କର ବିତରଣ! 


କର ନାହିଁ କେବେ ପରନିନ୍ଦା କୁତ୍ସାରଟନା

ଦିଅ ନାହିଁ କାହାକୁ ଜାଣତେ ମନ୍ଦ ପ୍ରରୋଚନା! 


କର ନାହିଁ ବିଗତ ତ୍ରୁଟି ଲାଗି ବାରମ୍ବାର ଅନୁଶୋଚନା

ତୁଛାରେ ଆଙ୍କ ନାହିଁ ଭବିଷ୍ୟତର ସୁନେଲି କଳ୍ପନା! 


ଦିଅ ନାହିଁ ଦୁଃଖୀ ରଙ୍କିଙ୍କ ପ୍ରାଣକୁ ଯାତନା

ବନ୍ଧୁ ପ୍ରିୟଜନ ମନରେ ଆଘାତ ଦିଅନା! 


କେବେ କାହାର ଦୁଃଖର କାରଣ ହୁଅନା 

କି କାହାରି ଅନିଷ୍ଟ କରିବାର ଚିନ୍ତା କରନା! 


କର ନାହିଁ କାହାର ତୋଷାମଦୀ ପଦଲେହନ

ଦିଅ ନାହିଁ କେବେ ଅପାତ୍ରରେ ପ୍ରୀତି ଦାନ! 


କର ନାହିଁ ସଦା ଚେଷ୍ଟା ନିଜକୁ ସଠିକ ପ୍ରମାଣ

କର ନାହିଁ କାହା ସାଥେ କଦାଚିତ୍ ଯୁକ୍ତି ଅକାରଣ! 


କାହା ପରେ ରଖ ନାହିଁ ମାତ୍ରାଧିକ ଅନୁରକ୍ତି

କେଉଁ ବି ଦରବେ କର ନାହିଁ ଅତିରିକ୍ତ ଆସକ୍ତି! 


ଚିନ୍ତ ନାହିଁ ମନେ କେବେ ପରସ୍ୱ ହରଣ 

ମନ ପବନ ଅଶ୍ୱକୁ ଦିଅରେ ଲଗାମ! 


ଦିଅ ନାହିଁ କେବେ ବଳି ଅପଣାର ସ୍ଵକୀୟତା

ହତ୍ୟା କର ନାହିଁ ମନରୁ ସ୍ଵର୍ଗୀୟ ମାନବିକତା! 


ସବୁରି ଠାରେ ରଖ ସଦ୍ ଭାବନା

ଜଗାଅ ହୃଦୟେ ଐଶ୍ଵରିକ ଚେତନା! 


ଦୃଢ଼ ମନଯୋଗେ କର ନିଷ୍କାମ ସାଧନା

ସୃଷ୍ଟି କର ରାଶି ରାଶି ନବ ସମ୍ଭାବନା! 



Rate this content
Log in

Similar oriya poem from Inspirational