STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ସୁଖ ଦୁଃଖ

ସୁଖ ଦୁଃଖ

1 min
14K


ସୁଖ ଏମିତିକା   ଲୋଭ ଆରେ ଭାଇ

ଯା ପାଇଁ ସର୍ବେ ଆତୁର

ଅଧିକ ଲୋଭରେ     ସମାପ୍ତ ଘଟଇ

ବାସ୍ତବ ସୁଖ ଭଣ୍ଡାର


ଦୁଃଖ ଏମିତିକା   କାଳ ଆରେ ଭାଇ

ଭୟରେ କମ୍ପେ ହୃଦୟ

ଅଧିକ ଅଧୀର        ସହଜେ କରଇ

ସୁଖ ଶାନ୍ତିର ବିଲୟ


ଅଧୈର୍ଯ୍ୟ ହୁଅନି     ବିପଦରେ କେହି

ନାଚନି ସୁଖ କାଳରେ

ଦୁଃଖ ସୁଖ ଭାଇ     ନଇ ଧାର ଦୁଇ

ସ୍ନାନ କର ଆନନ୍ଦରେ ।


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational