Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

4  

Mamatamanjari Das

Abstract

ସୁଖ ଆଉ ଦୁଃଖ

ସୁଖ ଆଉ ଦୁଃଖ

1 min
186


ସୁଖ ଆଉ ଦୁଃଖ ଗୋଟିଏ ମୁଦ୍ରା

ଦୁଇ ଗୋଟି ପାର୍ଶ୍ୱ ତାର

ସୁଖ ଯଦି ହୁଏ ଖରସ୍ରୋତା ନଦୀ

ଦୁଃଖ ସମୁଦ୍ର ର ଗଭୀର ଜଳ ।


ଗୋଟିଏ ବୃନ୍ତର ଦୁଇଟି ଫୁଲ ସେ

ଗୋଟେ ଛୋଟ ଗୋଟେ ବଡ

ସୁଖ ଯଦି ହୁଏ ଛୋଟ ଦୁବ ଘାସ

ଦୁଃଖ ଅଟେ କଳ୍ପଦ୍ରୁମ ।


ସୁଖ ଥିଲାବେଳେ ଜଣା ପଡେନାହିଁ

ଲାଗେ ସମୟଟା କେତେ ସାନ

ଦୁଃଖ ଥିଲାବେଳେ ଲାଗେତ ଯେପରି

ସରୁନାହିଁ ରାତି ଦିନ ।


କେବେ ସୁଖ ଆସେ କେବେ ଯାଏ ଚାଲି

ଭାବିଲେ ଲାଗଇ ଡର

ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ

ଏ ବୋଧେ ସ୍ରଷ୍ଟା ର ଖେଳ ।



Rate this content
Log in

Similar oriya poem from Abstract