STORYMIRROR

Tapan Kumar Biswal

Inspirational Others

3  

Tapan Kumar Biswal

Inspirational Others

ସତ୍ୟର ସନ୍ଧାନେ

ସତ୍ୟର ସନ୍ଧାନେ

1 min
10


ସତ୍ୟର ସନ୍ଧାନେ ଅଗ୍ରସର ମୁଁ

ନାହିଁ କିଛି ଭୟ ଭ୍ରାନ୍ତି

ନିଶ୍ଚିତ ମିଳିବ ନ୍ୟାୟ

ଉଚିତ ସମୟରେ ll


କିନ୍ତୁ ବେଶୀ ଡେରି 

ଉଚିତ ନୁହେଁ କାରଣ

ବିଳମ୍ବିତ ନ୍ୟାୟ

ନ୍ୟାୟ ନୁହେଁ ll


ସତ୍ୟକୁ ସାମ୍ନା ଓ ସ୍ବୀକାର କରିବାକୁ ପଡିବ

ବିପ୍ଳବ ଆରମ୍ଭ କର ଅସତ୍ୟ ଉପରେ

ତାକୁ ହିଁ ସାଥ ଦିଅ

ଯେ ସତ୍ୟ ଧର୍ମ ଆଉ ନ୍ୟାୟର

ମାର୍ଗରେ ପରିଚାଳିତ ll


ସତ୍ୟ କୁ ବିରୋଧ କରିବା ଯେତିକି ଅନ୍ୟାୟ

ଅସତ୍ୟ ଅଧର୍ମ ଅନ୍ୟାନ୍ୟ କୁ

ଘଣ୍ଟ ଘୋଡାଇବା ମଧ୍ୟ 

ସମ ପରିମାଣର ଭାଗୀ ll


ତୁମେ କାହାକୁ ଡ଼ରୁଛ 

ଅଧର୍ମ ଅନ୍ୟାୟ କୁ

କାହାକୁ ସହାରା ଦେଇଛ

ଅନୀତି ଅତ୍ୟାଚାର କୁ

ଯଦି ହଁ ତେବେ ତୁମ

ତୁମର କୀର୍ତ୍ତି ରେ କଳଙ୍କ ଚିହ୍ନ

ରହିଯିବ ସାରାଜୀବନ ପାଇଁ ll


ଭରସା ତୁଟିଯିବ ସତ୍ୟ ଧର୍ମ ନ୍ୟାୟ ଉପରୁ

ସଭିଙ୍କର ସବୁଦିନ ପାଇଁ

ଆଉ ତାହାକୁ ଫେରିପାଇବା

କଷ୍ଟସାଧ୍ୟ ନିଶ୍ଚୟ ll


ଏହା ହିଁ ନିଶ୍ଚିତ ଯେ 

ସମାଜ ତୁମକୁ କିପରି ଭାବରେ ଦେଖିବ

ମୁଁ ଜାଣିନି କିନ୍ତୁ

ତୁମେ ନିଜକୁ ନିଜେ ମଧ୍ୟ କ୍ଷମା

କରିପାରିବ ନାହିଁ 

ଏହା ହିଁ ସତ୍ୟ ll


ମୁଁ କିନ୍ତୁ ହଟିବି ନାହିଁ

ମୋର ଏହି ମାର୍ଗରୁ

ଆସୁ ଯେତେ ବିଘ୍ନ ବିପତ୍ତି

ଘୁଞ୍ଚିବନାହିଁ ମୋର ପାଦ 

କେବେବି ପଛକୁ ll


ଏକା ପଛେ ଲଢ଼ିବି

ସାଥେ ଥିଲି ଥିବି ସତ୍ୟ ଧର୍ମ ନ୍ୟାୟର ସପକ୍ଷରେ

ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ

ଚାଲୁଥିବି ଧର୍ମ ସଙ୍ଗେ 

ସତ୍ୟର ସନ୍ଧାନେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational