STORYMIRROR

Krishna Mishra

Classics

4  

Krishna Mishra

Classics

ସତ୍ୟର ସମାଧି

ସତ୍ୟର ସମାଧି

1 min
173


ଚକମକ ରେଶମୀ କନାରେ ବନ୍ଧା 

ଆଜି ଘରେ ଘରେ, 

ତୁମ ସେ ପବିତ୍ର ପୋଥି 

ପୁରାଣ ଧର୍ମଗ୍ରନ୍ଥ, 

ଆବଦ୍ଧ ପୂଜାସ୍ଥଳେ ଯଥାମାନ୍ୟ 

ଅର୍ଚ୍ଚିତ ଚର୍ଚ୍ଚିତ, 

କିଏ ପଢେ, କିଏ ବୁଝେ, 

କିଏ ପୁଣି ବୁଝି ଅବୁଝା!!

ଏକ ଇଶ୍ୱରଙ୍କ ସନ୍ତାନ

ଆମେ ସବୁ, 

ହେଲେ ସଦା ଯୁଝୁ

ତୁମ ଭିନ୍ନନାମ ନେଇ....

କେବେ ଯାଅ ବନବାସ, ଆମ ପାଇଁ...

କେବେ ପୁଣି ଚଢ଼ ଶୂଳିରେ, 

କେବେ ହୁଏ ମୁଣ୍ଡକାଟ, 

ନିଅ କେବେ 

ଜୀବନ୍ତ ସମାଧି, 

ଗୁଳି ଖାଇ ଛାତିରେ ବି

ଫେରିଆସ ଅବତରି, 

ବୁଣୁଥାଅ ପୀୟୂଷର ବାଣୀ....

ହେଲେ ଏବେ ତୁମେ ନୁହଁ! 

ତୁମ ବିଚାରଧାରା ଶରଶଯ୍ୟାରେ 

ଆଖି ବୁଜିଛି, 

ନାଲିଆ ପାଟରେ ବନ୍ଧା 

ପବିତ୍ର ନଥି ତୁମ, ସମାଧିସ୍ଥ ପୂଜାସ୍ଥଳେ, 

ଝୁଣା ଧୂପକାଠି ମହମହ ବାସିଯାଉଛି..... 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics