STORYMIRROR

Chittaranjan Nanda

Comedy Fantasy Children

3  

Chittaranjan Nanda

Comedy Fantasy Children

ସତ୍ୟକୁ କହିବ ଗାଳି ମାଡ଼ ଖାଇବ

ସତ୍ୟକୁ କହିବ ଗାଳି ମାଡ଼ ଖାଇବ

1 min
132


କିଛି ଭଲକାମ କର, ଭାବି ନିଜର

କିଳାଟିଏ ନବ ତା ଠାରୁ ଜବର l୧l


କାରଣ ଟଙ୍କାର ଗୋଲାମ ଜଗତ

ସ୍ଵାର୍ଥରେ ସମସ୍ତ ସମ୍ପର୍କ ହୁଏ ବଞ୍ଚିତ l୨l


ରୋଗୀ ସେବାବ୍ରତ ଅବତାର, ଡାକ୍ତର

ଶୋଷଣବ୍ରତ ହୋଇଛି ଏବେ ତାଙ୍କର l୩l


କି ଦୁନିଆ ଏବେ, ସତ୍ୟକୁ ଯିଏ କହିବ

ଅଯଥାରେ ଗାଳି ମାଡ଼ ନିଶ୍ଚୟ ଖାଇବ l୪l


ଗୋଡାଏ ଯିଏ ଅସତ୍ୟ କର୍ମ କରିବାରେ

ଆଦର୍ଶ ବ୍ୟକ୍ତି ବୋଲାଉଛି ସମାଜରେ l୫l


ମଧୁର ବଚନ, ସମାଜ ସୁଧାରକ କୁହନ୍ତି

ବାବାଜୀ ଓ ନେତା, ଦେଶର ଧନ ଲୁଣ୍ଠନ୍ତି l୬l


କଳାରେ ମିଛକୁ ସତ ଯେ କରି ପାରୁଛି 

ସମସ୍ତଙ୍କର ବିଶ୍ୱାସ ଏବେ ସେ ପାଉଛି l୭l


ତେଣୁ ପାଠ ସଙ୍ଗେ ଷାଠ ବି ଲୋଡା,

ଷାଠକୁ ନଜାଣିଲେ ହେବ ଝଗଡ଼ା l୮l



Rate this content
Log in

Similar oriya poem from Comedy