STORYMIRROR

Bijaya Kumar Swain

Inspirational Others

2  

Bijaya Kumar Swain

Inspirational Others

ସତ୍ୟ ହିଁ ଭଗବାନ

ସତ୍ୟ ହିଁ ଭଗବାନ

1 min
114


ସତ୍ୟ ହିଁ ଭଗବାନ

ସତ୍ୟ ହିଁ ଗରୀୟାନ୍

  ସତ୍ୟ ର ସଂଜ୍ଞା ଟା

  ବିଶ୍ଵ ରେ ମହୀୟାନ।


ସତ୍ୟ ହିଁ ନିଷ୍ଠୁର

ସତ୍ୟ ହିଁ କଠୋର

  ସତ୍ୟା ଶ୍ରୟୀ ଜୀବନ ଟା

  ହୁଏ ଖାଲି ନାରଖାର

ପରିଣାମ ରେ ମିଳେ

ଯେତେ ଦୁଃଖ କଷ୍ଟ

ଅନ୍ତି ମେ ମିଳାଇ ଯାହା

ନାହିଁ କାରେ ଅଗୋଚର

  ସତ୍ୟ ହିଁ କଠୋର।

ମହାମୁନି ବିଶ୍ୱାମିତ୍ରରେ 

  ଦେବା ପାଇଁ ସତ୍ୟ ର ପରୀକ୍ଷା

ମହା ଦାନୀ ହରିଶ୍ଚନ୍ଦ୍ର କରିଗଲେ

  ଜୀବନ ସମୀକ୍ଷା

ସେହି ସତ୍ୟ ରକ୍ଷା ପାଇଁ

ଧର୍ମ ର ବିଜୟ ପାଇଁ

  ଜାୟା ସୁତେ ବିକ୍ରି କରି

  ନିଜେ ସାଜି ଶ୍ମଶାନ ରକ୍ଷକ

ନ ସହିଲେ କେତେ ଯେ କଷଣ!!

ପରିଣାମ ହେଲା ଯାହା

ଅଛଇ ବିଦିତ ତାହା

ବିଜୟ ହୋଇଲା ଶେସେ

  ସତ୍ୟ ଓ ଧର୍ମ ର।

   ସତ୍ୟ ହିଁ କଠୋର,,,,,,


ପୁରୁଷ ଉତ୍ତମ ରାମ

ତେଜି ରାଜ ସିଂହାସନ

  ଚଉଦ ବରଷ ପାଇଁ

  ଯାଇଥିଲେ ବନେ ଧାଇଁ

ହୋଇ ସେ ଯେ ରାଜ ପୁତ୍ର

ସତ୍ୟେ ରଖି ସଦା ଚିତ୍ତ

  ପିତୃ ସତ୍ୟ ପାଳି ସେ ଯେ

ଉଡ଼ା ଇଲେ ସତ୍ୟ ଧ୍ଵଜା

  ବିଶ୍ଵ ହେଲା ଚମତ୍କାର।।

ସତ୍ୟ ହିଁ କଠୋର,,,,,,,


ସତ୍ୟ ପାଇଁ ଦାନୀ କର୍ଣ୍ଣ

କବଚ କୁଣ୍ଡଳ ଦାନ

 ରାଜା ବଳି ସତ୍ୟ ପାଇଁ

 ତିନି ପାଦ ଭୂମି ଦେଇ

ପାତାଳ ପୁରେ ରହିଲେ

 ସତ୍ୟ ରକ୍ଷା ଧର୍ମ ଯାର।।।


ସତ୍ୟ ହିଁ କଠୋର,,,,,,,


ସତ୍ୟ ପଥ ଅନୁସରି

ସତ୍ୟ ର ଆଶ୍ରୟ କରି

ଏ ମୋ ଦେଶ ଭାରତ ବରଷ

ସନାତନ ଧର୍ମ ବରି

ନିରପେକ୍ଷ ନୀତି ଧରି

ଚାଲୁଛି ଶାସନ ଯହିଁ

   ସତ୍ୟ ର ନ୍ୟାୟ ର

ସତ୍ୟମେବ ଜୟତେ ଯାହାର ଆଦର୍ଶ

  ସାରା ବିଶ୍ବ କରଇ ଆଦର।।।।

  ସତ୍ୟ ହିଁ କଠୋର,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational