STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ସତ୍ୟ ଦୟା କ୍ଷମା ର ବ୍ୟକ୍ତିତ୍ବ

ସତ୍ୟ ଦୟା କ୍ଷମା ର ବ୍ୟକ୍ତିତ୍ବ

1 min
356



ସତ୍ୟ ହିଁ ଶିବ ,ସତ୍ୟ ହିଁ ସୁନ୍ଦର ସତ୍ୟ ଚିରନ୍ତନ

ସତ୍ୟ ପଥେ ପଥେ ହେଲେ ଅଗ୍ରସର

ଜୀବନର ଚଲାପଥେ ବ୍ୟକ୍ତିତ୍ବ ହୋଇବ ବଳିଷ୍ଠ

ସମାଜରେ ପ୍ରିୟ ପାତ୍ର ସଭିଙ୍କର

ସତ୍ୟ ଅହିଂସାର ପୁଜାରୀ ଆମ ଜାତିର ଜନକ

ଦେଶ ପାଇଁ ଅଟନ୍ତି ଗର୍ବ ଗୌରବ

ପରାଧିନତା ର ଫାଶ ରୁ ମୁକୁଲାଇଥିଲେ ଦେଶ

ହୃଦୟରେ ଥିଲା କ୍ଷମା ର ସ୍ଵଭାବ ।


ସତ୍ୟ ପ୍ରିୟ ରାଜା ହରିଶ୍ଚନ୍ଦ୍ର,ସତ୍ୟ ପ୍ରିୟ ବଳୀ

ସତ୍ୟ ରକ୍ଷା ପାଇଁ ହେଲେ ସର୍ବହରା

ପିତୃ ସତ୍ୟ ରକ୍ଷା କରି ରାମ ହେଲେ ବନଚାରୀ 

ବଜାୟ ରହିଲା ସତ୍ୟ ଧର୍ମ ଧାରା

ସତ୍ୟ ଦୟା କ୍ଷମା ଉପାସକ ରାମ ପୁରୁଷୋତ୍ତମ

ଯୁଗ ଯୁଗ ଧରି ରହିଛି ଗୌରବ

ହୃଦୟ ରେ ଦୟା କ୍ଷମା ଚିନ୍ତା ଧାରା ଅଭାବରୁ

ଜ୍ଞାନୀ ରାବଣର ଗର୍ବ ହେଲା ଖର୍ବ ।


ଜ୍ଞାନୀ ଗୁଣୀ ଓ ଧନୀ ମଣିଷର ଚରିତ୍ର ସ୍ବଭାବ 

ସମାଜରେ ପ୍ରତିଫଳିତ ହୁଅଇ

ସତ୍ୟ ଶା

ନ୍ତି ଦୟା କ୍ଷମା ଭିତ୍ତିଭୂମି ହୋଇଥିଲେ

ବ୍ୟକ୍ତିତ୍ଵ ସହିତ ଗାରିମା ବଢ଼ଇ

ସତ୍ୟର ସନ୍ଧାନରେ ଗୌତମଙ୍କ ମନରେ ଜିଜ୍ଞାସା

ରାଜକୀୟ ସୁଖ ପରିତ୍ୟାଗ କରି

ଲୋଭ ମାୟା ମୋହ ଠୁ ନିଜକୁ ଦୂରେଇ ରଖିଲେ

ନିର୍ବାଣ ପ୍ରାପ୍ତିରେ ଗାରିମା ତାଙ୍କରି ।


ସଭ୍ୟତା ବିକାଶରେ ବଦଳିଛି ସାମାଜିକ ଚିତ୍ର

ସୁବିଧା ସବୁ ହାତ ପାଆନ୍ତା ରେ

ସତ୍ୟ ଦୟା କ୍ଷମା ଚିନ୍ତା କରିବାକୁ ନାହିଁ ସମୟ

ବ୍ୟସ୍ତ ବହୁଳ ମଣିଷ ମନରେ

ସୁସ୍ଥ ସମାଜ ଗଠନ ପାଇଁ ଆସ ଶପଥ କରିବା

ଅସ୍ତ୍ର ଧରି ସତ୍ୟ ଧର୍ମ ଓ କ୍ଷମା ର

ଆଗାମୀ ବଂଶଧର ଙ୍କୁ ଶିକ୍ଷା ସହ ଜାଗ୍ରତ କରିବା

ସତ୍ୟ ଶାନ୍ତି ଦୟା କ୍ଷମା ରହୁ ନିରନ୍ତର

ଶ୍ରେଷ୍ଠ ବ୍ୟକ୍ତିତ୍ବ ଆଢ଼ୁଆଳେ ଦୟା କ୍ଷମା ହିଁ ଜରୁରୀ 

ସମାଜରେ ନିଶ୍ଚେ ହେବ ପ୍ରତିଷ୍ଠିତ

ମଣିଷ ଜୀବନ ହୋଇବ ସାର୍ଥକ ପରୋପକାର

ସେବା କାର୍ଯ୍ୟକ୍ଷେତ୍ରେ ହୋଇଲେ ଜଡ଼ିତ ।





Rate this content
Log in

Similar oriya poem from Abstract