STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

ସତ୍ୟ ଅନୁଭବ

ସତ୍ୟ ଅନୁଭବ

1 min
13.1K


ମାନବର ସେବା        ମାଧବର ସେବା

ପଢିଥିଲି ପିଲା ବେଳେ

ମାଧବ କେବଳ        ଜାଣି ପାରୁଥିବେ

ସେବା ମିଳେ କି ନ ମିଳେ


ତଥାପି କହିବି        ସେବାରେ ଯା’ ମିଳେ

କହି ହେବନି ଭାଷାରେ

ତୁଳନା କରିଲେ          ତା ଆଗରେ ତୁଚ୍ଛ

ଅନ୍ୟ ସୁଖ ସମ୍ପଦରେ


ନିଃସ୍ୱ ହୋଇ ସୁଦ୍ଧା     ଲାଗେ ଧନୀ ପରି

ମୁର୍ଖକୁ ଲାଗେ ପଣ୍ଡିତ

ଅନ୍ୟ ସମ୍ପଦରେ       ଯାହା ମିଳୁ ପଛେ

ସେବାରେ ଆତ୍ମ ସନ୍ତୋଷ


ଅନୁଭବ ବିନା                 ଜାଣି ହେବ ନାହିଁ

ସେବାର ପ୍ରକୃତ ଗୁଣ

ଅନୁଭବୀ ଏକା      ମୋ କଥା ସତ୍ୟତା

କରି ପାରିବ ପ୍ରମାଣ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational