ସତରେ
ସତରେ
ତୁମ ରୂପସଜ୍ଜା ଅଙ୍ଗେ ଅଙ୍ଗେ ଏତେ ଶୋଭା,
ଲାଗେ କାଇଁ ଭାରି ଫିକା ଫିକା.
କପାଳେ କୁଙ୍କୁମ ସିନ୍ଥୀରେ ସିନ୍ଦୁର ଥିଲେ
ଦିଶୁଥାନ୍ତ ସଖି ସତେ ଝଟକା.
ଯେତେ ଯାହା ଥାଉ ସେତକ
ନଥିଲେ ହାଲକା ଫୁଲକା.
ଆଉ ଯଦି ଥାଆନ୍ତା ଓଢଣୀ ମୁଣ୍ଡରେ
ଲାଗୁଥାନ୍ତ ଆଷାଢ଼ୀ ସାଧବ ବୋହୁ ପରିକା.

