STORYMIRROR

Dharitri Das

Romance

3  

Dharitri Das

Romance

ସତରେ ପ୍ରିୟତମ

ସତରେ ପ୍ରିୟତମ

1 min
200

ସତରେ ପ୍ରିୟତମ

        କି ଯାଦୁ ଅଛି ହାତରେ ତୁମ

ସ୍ପର୍ଶରେ ଉଲ୍ଲସିତ

         ସିହରଣ ହୁଅଇ ଜାତ

ଦେହରେ ଖେଳିଯାଏ

         ମନ ପ୍ରସ୍ଫୁଲିତ ହୋଇଯାଏ।

ସତରେ ପ୍ରିୟତମ

         ଝରଇ ମଧୁ ଓଠରୁ ତୁମ

ଚୁମ୍ବନେ ପ୍ରକମ୍ପିତ

         ପ୍ରାଣ ହୁଏ ଆଲୋଡିତ

କୋମଳ ନୟନରେ

         ପୁନଃ ପାଇବା ଆଶାରେ।

ସତରେ ପ୍ରିୟତମ

         ଛଳଛଳ ଆଖିରେ ତୁମ

କରିଦେଲେ ଇସାରା

         ନାଚିଉଠେ ତୁମ ଚେହେରା

ଅକୁହା କଥାଗୁଡ଼େ

         କହି ହୁଏ ମନ ଉହାଡ଼େ।

ସତରେ ପ୍ରିୟତମ

         ମଧୁଠୁ ମିଠା କଥାତୁମ

ଛୁଇଁ ଯାଏ ମନକୁ

         ପ୍ରାଣ ଆଉ ହୃଦୟକୁ

ଚାତକ ପରି ମୁହିଁ

         ଚାହିଁବି ତୁମ ବାଟ ଚାହିଁ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance