ସତର ପ୍ରେମିକା
ସତର ପ୍ରେମିକା
1 min
208
ସତର ପ୍ରେମିକା ଗୀତର ନାୟିକା
ଦେଖା ହୋଇଗଲା ଦିନେ
କଣ ବା କହିକି ବୁଝାଇବି ତାଙ୍କୁ
ଭାବୁଥିଲି ମନେ ମନେ । (୧)
ସତ ପଚାରିଲା ମୁଁ ତ ତୁମ ପାଶେ
କାହା ପାଇଁକି ଲେଖ ?
ଧୀରେ ମୁଁ କହିଲି କବିତାକୁ ଥରେ
ଅନ୍ତରରେ ପଢି ଦେଖ (୨)
କବିତା ମୋହର କଳ୍ପନା ମନର
କିଛି ସତ କିଛି ସ୍ମୃତି
ତୁମ ସାଥେ ବିତା ଗଲା ଦିନ କଥା
ସପନରେ ଭିଜା ରାତି । (୩)