STORYMIRROR

kamal kumar dash

Romance Others

4  

kamal kumar dash

Romance Others

ସତର ପ୍ରେମିକା

ସତର ପ୍ରେମିକା

1 min
208


ସତର ପ୍ରେମିକା  ଗୀତର ନାୟିକା

     ଦେଖା ହୋଇଗଲା ଦିନେ

କଣ ବା କହିକି   ବୁଝାଇବି ତାଙ୍କୁ

      ଭାବୁଥିଲି ମନେ ମନେ । (୧)

 ସତ ପଚାରିଲା  ମୁଁ ତ ତୁମ ପାଶେ 

        କାହା ପାଇଁକି ଲେଖ ?

  ଧୀରେ ମୁଁ କହିଲି  କବିତାକୁ ଥରେ 

        ଅନ୍ତରରେ ପଢି ଦେଖ (୨)

  କବିତା ମୋହର    କଳ୍ପନା ମନର 

      କିଛି ସତ କିଛି ସ୍ମୃତି 

   ତୁମ ସାଥେ ବିତା    ଗଲା ଦିନ କଥା 

       ସପନରେ ଭିଜା ରାତି । (୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance