STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଷୋଳବୟସୀକୁ ଫଗୁଣ ଲାଗୁଛି ଲାଜ

ଷୋଳବୟସୀକୁ ଫଗୁଣ ଲାଗୁଛି ଲାଜ

1 min
145

ପଳାସ ପନ୍ଧିଛି ରକ୍ତ ରଙ୍ଗ ପାଟ

ମହୁଲ ବୁକୁରେ ଅବିର ହୋଇଛି ସିଞ୍ଚା

ହସୁଛି ଫଗୁଣ ସିମିଳି ଦେହରେ

  ବୋଳିଦେଇ ସତେ ନାଲିଆ ସିନ୍ଦୂର ମେଞ୍ଚା


ସେବତୀ ସୁନ୍ଦରୀ ସଞ୍ଜ ନଉଁନଉଁ

ମହକ ମାଖୁଛି ସତେ

ମାଳତୀ କୁଞ୍ଜରେ ପ୍ରେମର କାହାଣୀ

ଲେଖା ହେଉଅଛି କେତେ

ଫଗୁଣ ଦୋଳିରେ ଝୁଲିଝୁଲି ସେଇ

 ପିରତି ପାଗଳ  ସପନେ ବାନ୍ଧନ୍ତି ମଞ୍ଚା 

  ମହୁଲ ବୁକୁରେ ଅବିର ହୋଇଛି ସିଞ୍ଚା...


ଆମ୍ବ ବଉଳର ବାସ ଚହଟଇ

ଫଗୁଣ ଆସିବା ଜାଣି

ଚୋରା ମଳୟରେ ମଲ୍ଲିର ମହକ

ମନ ନେଉଅଛି କିଣି

ଷୋଳବୟସୀକୁ ଫଗୁଣ ପରଷ

ଲାଜ ଲାଜ ଲାଗେ ବୟସଟା ଯେଣୁ କଞ୍ଚା

 ମହୁଲ ବୁକୁରେ ଅବିର ହୋଇଛି ସିଞ୍ଚା..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance