ଷାଠିଏ ପଉଟି ଭୋଗ
ଷାଠିଏ ପଉଟି ଭୋଗ
ଷାଠିଏ ପଉଟି ଭୋଗ ଖାଉ ନିତି ପ୍ରତି,
କାଞ୍ଜି ଖୁଦ ଭାତରେ ମୋ ଦିନ ଯାଏ ବିତି ।
ନିତି ହୁଏ ତୋ ପାଇଁ ଛେରାପହରା,
ମୋତେ ଘୃଣା କରେ ଏ ଜଗତ ସାରା ।
ତଥାପି ପଡିଛି ବଡଦାଣ୍ଡେ ତୋର,
ତୋ ସିଂହଦୁଆରେ କାନି ପାତେ ନିତି, ।
ଷାଠିଏ ପଉଟି ଭୋଗ ।।
ତୋ ଭାଗ୍ୟରେ ରାଜସୁଖ
ଅଛୁତୁହି ସୁଖରେ,
କାହିଁ ମୋର ସେଇ ଭାଗ୍ୟ
ମରୁଛି ମୁଁ ଦୁଃଖରେ ।
ରତନ ପଲଙ୍କ ତୋର
ସିଂହାସନ ରତ୍ନର,
ରହିବାକୁ ନାହିଁ ମୋର
ଝାଟିମାଟି କୁଟିର ।
ଷାଠିଏ ପଉଟି ଭୋଗ ତୋର ନିତି ପ୍ରତି ,
ମୋ ଭାଗ୍ୟରେ ଲେଖା ଉପବାସ ହୁଏନିତି ।
ଷାଠିଏ ପଉଟି ଭୋଗ ।।
ମୁଁ କେମିତି ବଞ୍ଚିଅଛି
ତୁ କେମିତି ବୁଝିବୁ,
ଗମ୍ଭିରା ଭିତରେ ଅଛୁ
କିସ ଦେଖିପାରିବୁ ।
ତୋତେ ଆଶା କରି ମୋର
ଦିନ ସରି ଗଲାଣି,
ଏଇ ଦୁନିଆରୁ ମୋତେ
ଦେଇଦେରେ ମେଲାଣି ।
ସହପାରୁନାହିଁ ଦୁଃଖ ସହିବି କେମିତି,
ଶରଣ ତୋ ପାଦ ତଳେ କରିଦେ ମୁକତି ।
ଷାଠିଏ ପଉଟି ଭୋଗ ।।
