Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Tragedy

3  

ଅଜୟ କୁମାର Ajaya Kumar ବେହେରା Behera

Tragedy

ସରୁଛି ହବିଷ ଛୁଟି

ସରୁଛି ହବିଷ ଛୁଟି

1 min
188



ଛେଳି ଘର ଆଡ଼େ କୁକୁଡ଼ା ଯାଇଛି

  ହେବ ଶେଷ ଭେଟା ଭେଟି ।

ବୋଦା ପହଁଚିଲା ଚରି ବୁଲି ଆସି

  ଏକାଠି ବସିଲେ ସେଠି ।।


ବୋଦା ପଚାରୁଛି ଛେଳିକୁ ଅନେଇ

    କୁକୁଡ଼ା କାହିଁକି ଏଠି ।

କଥାକୁ ଏଡ଼େଇ କୁକୁଡ଼ା କହୁଛି

    ସରୁଛି ହବିଷ ଛୁଟି ।।


ଛାଡ଼ଖାଇ ଦିନ ପାଖେଇ ଆସୁଛି

  ଜୀବନ ହୋଇବ ମାଟି ।

ମଣିଷ କଂସେଇ ରହିଛି ଅନେଇ

   ଖାଇବ ଆମକୁ କାଟି ।।


କେତେ ପ୍ରକାରର ତର୍କାରୀ କରିବେ

   ଭିଡ଼ ହେବ ମଦ ଭାଟି ।

ବରାଦ ଚାଲିଛି ବନ୍ଧୁ ବାନ୍ଧବୀଙ୍କ

   କିଏ ଦେବ କଣ ଭେଟି ।।


କାହାର ପସନ୍ଦ ଚିକେନ୍ ମଟନ

   ତା ସଙ୍ଗେ ବାଡ଼ିଆ ରୁଟି ।

କିଏ ପୁଣି କହେ ତନ୍ଦୁର ଖାଇବ

   କାହାର ଦର୍କାର ପୁଟି ।।


ଆଶା କେ କରୁଛି ପୋଡ଼ା ଝୋଳ କରି

   ଜିଭରେ ଖାଇବ ଚାଟି ।

କାହାର ପସନ୍ଦ ରସ ବନେଇବେ

   ଚକିରେ ଆମକୁ ବାଟି ।।


ଶୁଣୁଥିଲା ବୋଦା କୁକୁଡ଼ା କଥାକୁ

    ହୃଦୟ ଉଠିଲା ଫୁଟି ।

ଦୁଃଖରେ କହିଲା ରହ ଲୋ ଭଉଣୀ

    କାହିଁକି ପଡୁଛୁ ଫାଟି ।।


ଆମ କପାଳରେ ଦଇବ ଲେଖିଛି

   ମଣିଷଙ୍କ ହାତେ ଚୁଟି ।

ବଳି ସ୍ଥାନ ପୁଣି ମନ୍ଦିର ମସ୍ଜିଦ

   ବେକକୁ ଆମର କାଟି ।।


ଦୁଃଖ କାହିଁ ଆଉ କରିବା ଲୋ ନାନୀ

    ନିଷ୍ଠୁର ମଣିଷ ଜାତି ।

ମରିଗଲେ ତାଙ୍କ ନାଆଁ ବୁଡିଯାଏ

    ହଜିଯାଏ ସବୁ ଖ୍ୟାତି ।।


ମଲା ପରେ ଆମେ ଅମର ଜଗତେ

   ଧନ୍ୟ ଆମେ ପଶୁପକ୍ଷୀ ।

ଭିନ୍ନ ଭିନ୍ନ ନାମେ ଡାକୁଥିବେ ସଦା

  ସେହି ଆମ ଯଶ କୀର୍ତ୍ତି ।।



Rate this content
Log in

Similar oriya poem from Tragedy