STORYMIRROR

Krushnapriya Mohapatra

Abstract Inspirational Others

3  

Krushnapriya Mohapatra

Abstract Inspirational Others

ସର୍ତ୍ତ

ସର୍ତ୍ତ

1 min
12K

ସର୍ତ୍ତ ଥିଲା ଦେଖା ହେବା ଥରେ

ସେଇ ପୁରୁଣା ଯାଗାରେ।

ବଞ୍ଚି ଥିବା ଯଦି ଜୀବନ ରେ

ଯିଏ ଥାଉ ଯେତେ ଦୂରେ

ଥାଉ ଅବା ସେ କେଉଁ ଅବସ୍ଥାରେ

ଆସିବା ପାଇଁ ପ୍ରଚେଷ୍ଟା 

କରିବା ଆପଣା ପଣରେ।


ମନର ହୃଦୟର ଅଲିଖିତ

ଚୁକ୍ତି ଭାବିପାର ଅବା 

କହିପାର ନିହାତି ଜରୁରୀ

ନୁହେଁ ତୁମ ସହ ଦେଖା ହେବାର।


ଦେଖା ହେଲେ ସେମାନେ ନିର୍ଦ୍ଧିଷ୍ଟ

ବେଳା ଆଉ ସେଇ ସ୍ଥାନରେ

ବଦଳି ଥିଲା ଚେହେରା କିଛି

କିନ୍ତୁ ବଦଳି ନ ଥିଲେ ମନରେ


କିଏ ପଇସା ପାଖରେ ହାରିଯାଇଛି

ତ କିଏ ପଇସା କୁ ହରେଇ ଆଗକୁ ବଢ଼ିଛି

କିଏ ଜଣେ ପଇସା ପାଇଁ ପାଗଳ ତ

କିଏ ପଇସା କୁ ଆଡେ଼ଇ ଚାଲିଛି


କିଏ ପହଞ୍ଚିଛି ସର୍ବୋଚ୍ଚ ପାହାଚେ

କିଏ ଚାଲୁଛି ତ କିଏ ଜଣେ

ତଳ ପାହାଚରୁ ଏଇ ମାତ୍ର

ଆରମ୍ଭ କରୁଛି।


ଜୀବନ ଯୁଦ୍ଧ ରେ ସମସ୍ତେ ଯୋଦ୍ଧା

କିଏ ଜିତିଛି ଜୀବନ ର ବାଜି

କିଏ ହାରି ଯାଇ କରିଛି ଚେଷ୍ଟା

ଜିତିବାର ଅଭିପ୍ରାୟ ନେଇ।


ସୁଖ ଦୁଃଖ ଦିଆ ନିଆ ଭାଵ ସ୍ନେହ

ଅତି ମନଛୁଆଁ ,ସ୍ମୃତି କୁ ସାଉଁଟି

ଆଉ କିଛି ଦୂର ଚାଲିବା ପ୍ରତିଜ୍ଞା

ସବୁ ପରେ ଲାଗେ ସତେ ଏମିତି

ରହିଲା କିଛି ଅବା ଅଧା ଅଧା


ହାତ ରେ ହାତ ପକେଇ ଆଉ କିଛି

କରିବାର ଦୁର୍ବାର ଇଚ୍ଛାଓ କାମନା

ପ୍ରତିଶୃତିବନ୍ଧ ପରସ୍ପର ମଧ୍ୟରେ

ଆଗକୁ ବଢ଼ିବାରେ ସହଭାଗି ହୋଇ

ଅନ୍ୟକୁ ହସେଇ ହସିବାରେ

ଅପୂର୍ବ ଆନନ୍ଦଯେ ପ୍ରାପ୍ତି।

ଏଇ ନଶ୍ୱର ଦୁନିଆଁର ନିୟମ

ଅତି ନିର୍ମମ, ଆଜି ଅଛି

 ଅବା କିଏ କାଲିକି ନ ଥିବ।

ଅନ୍ୟ ପାଇଁ କରି ଯିବା କିଛି।


Rate this content
Log in

Similar oriya poem from Abstract