ସୃଷ୍ଟି ମୁଁ, ସ୍ରଷ୍ଟା ମୁଁ
ସୃଷ୍ଟି ମୁଁ, ସ୍ରଷ୍ଟା ମୁଁ
ହେ ଈଶ୍ୱର ତୁମ ସୁନ୍ଦର ସୃଷ୍ଟିର ମୁଁ ଯେ ଏକ ଫୁଲକଢି
ବିକଶିତ ହୋଇ ଚଉଦିଗେ ବାସ ଛୁଟାଇବି ନିତି ବଢ଼ି l
ଫୁଟିଲା ଫୁଲତ ଆଦର ଲଭଇ ସବୁ ମନ ନିଏ କିଣି
ଫୁଲକଢି ହୋଇ କେମିତି ଫୁଟିବି ଆଜି ମୁଁ ପାରୁନି ଜାଣି l
ସାଧନା, ଶକତି ଭରିଦିଅ ପ୍ରଭୁ ଏଇ ମୋ ତନୁ ମନରେ
ତୁମ ସୃଷ୍ଟିର ସୁବର୍ଣ୍ଣ ସେତୁ ମୁଁ ଭୂମି ଓ ଭୂମା ମଧ୍ୟରେ l
ମୋ ଲେଖନୀ ମୁନ ଗାଉ ତୁମ ଗାଥା କହୁ ଅତୀତ ଗୌରବ
ସମାଜ ସୁଧାରି, ଜୀବନକୁ ଗଢୁ, ବାଣ୍ଟୁ ସୁଖ ସଉଭଭ l
