STORYMIRROR

Binata Mohanta

Children

4  

Binata Mohanta

Children

ସରପ୍ରାଇଜ ଦେବି ମୁଁ ଜହ୍ନ ମାମୁଁକୁ

ସରପ୍ରାଇଜ ଦେବି ମୁଁ ଜହ୍ନ ମାମୁଁକୁ

1 min
426

ଜିଦ୍ ଧରି ବସିଲେ 

       ସବୁ ନାତିନାତୁଣୀ

ଜେଜେମା ଆମକୁ

         ଶୁଣାଅ କାହାଣୀ ।।

ଦୂର ଆକାଶରେ

          ଜହ୍ନକୁ ଦେଖି

ଜେଜେମା ଦେଲେ

          ହସ ମୁରୁକି  ।।

ଆରମ୍ଭିଲେ ପୁଣି

          ସେ ଗପ ପୁରୁଣା

ଏହି ଗପ ସବୁ

          ନାତିନାତୁଣୀକୁ ଜଣା ।।

ଆ ଜହ୍ନ ମାମୁଁ

        ସରଦ ଶଶୀ

ମୋ କାହ୍ନୁ ହାତରେ 

        ପଡରେ ଖସି  ।।

ନାତି ଟୋକା କୋଳରୁ

        ଉଠି କହିଲା

ଜହ୍ନ ମାମୁଁ କେମିତି

         ଆସିବେ ଭଲା ?

ତାଙ୍କ ପାଖେ ଅଛି

         ଘୋଡା ନା ଗାଡ଼ି

ନା ଅଛି ରେଳ

         ନା ମୋଟର ଗାଡି ।।

ଯେଉଁଠି ଅଛନ୍ତି

          ସେଇଠି ଥାଆନ୍ତୁ ସେ

ଯିବି ମୁଁ ବୁଲି ବାକୁ

            ତାଙ୍କରି ପାସେ ।।

ରକେଟ ରେ ଯାଇ

         ପହଁଚିବି ତାଙ୍କ ପାଖରେ 

ଜହ୍ନ ମାମୁଁକୁ ମୁହିଁ

          ସରପ୍ରାଇଜ ଦେବିରେ ।।

ବିଜ୍ଞାନ ଯୁଗର

         ଆମେ ଯେ ଶିଶୁ 

ଜ୍ଞାନ ପ୍ରଶିକ୍ଷଣ 

         ସବୁ ନେଇଛୁ ।।

ଯେଉଁଠି ଚାହିଁବା

         ସେଠାକୁ ଯିବା

ସାରା ଅନ୍ତରୀକ୍ଷ

         ବୁଲି ଆସିବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children