STORYMIRROR

CHINMAYEE PRADHAN

Inspirational

4  

CHINMAYEE PRADHAN

Inspirational

ସର୍ମ୍ପକ

ସର୍ମ୍ପକ

1 min
214

ସମ୍ପର୍କ ଶବ୍ଦର ମାନେ ଯେ ବୁଝିଛି

ଜୀବନର ସବୁ ଖୁସି ସେ ପାଇଛି।


ଚାଲୁ ଚାଲୁ ଜୀବନର ଚଲାପଥେ

ଜଣାପଡେନା ସମ୍ପର୍କଟେ ଗଢିଉଠେ।


କିଏ ଦିଏ ଭରି ଜୀବନେ ଖୁସି ତ

କିଏ ଆଣି ଦିଏ କେବଳ ଯେ ଦୁଃଖ। 


କେଉଁଠି ମିଳିଥାଏ ଅଜସ୍ର ପ୍ରେମ 

କେଉଁଠି ମିଳେ ପୁଣି ଘୃଣାର ଚିହ୍ନ। 


କୋଉ ସମ୍ପର୍କ ହୁଏ ହୃଦୟରୁ ତ

କେଉଁଠି ପୁଣି ଆତ୍ମିୟତା ଅଭାବ। 


କେଉଁଠି ମିଳେ ଅନେକ ପ୍ରଶଂସା ତ

କେଉଁଠି ପୁଣି ହୁଏ ନିନ୍ଦାର ପାତ୍ର। 


କିଏ ଦିଏ ଅଜାଚିତ ସାହାଯ୍ୟ ତ

କିଏ ପୁଣି ଓପାଡେ ମୂଳରୁ ଚେର।


କେଉଁଠି ପର ଲୋକ ହୁଏ ନିଜର

କେଉଁଠି ନିଜର ହୁଏ ସାତପର।


ବିନା ସ୍ୱାର୍ଥେ ବାନ୍ଧେ କେ ସମ୍ପର୍କ ଡୋର

ସ୍ୱାର୍ଥ ପାଇଁ କିଏ ପୁଣି ହୁଏ ଦୂର। 


ଯାହାର ଯେପରି ଅଟଇ ସ୍ଵଭାବ 

ମିଳିଥାଏ ତାକୁ ସେହିପରି ଭାବ।


ଶୁଦ୍ଧତାର ସ୍ପର୍ଶ ଥିଲେ ସ୍ୱଭାବରେ

ମିଳେ ସଫଳତା ନିଶ୍ଚେ ଜୀବନରେ। 


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational