STORYMIRROR

Srinibas Mahalik

Comedy

2  

Srinibas Mahalik

Comedy

ସରକାରୀ ଚାକିରୀ

ସରକାରୀ ଚାକିରୀ

1 min
13.4K


 ଚାକିରି କ୍ଷେତ୍ରରେ ସମସ୍ତେ ଖୋଜନ୍ତି

  କେବଳ ହିଁ ସରକାରୀ

 ଏହା ଛାଡି ଦେଲେ ପ୍ରତ୍ୟେକ କ୍ଷେତ୍ରରେ

  ଗମେଣ୍ଟ ଅଦରକାରି ।।

 ପାଠପଢା ଏବଂ ଚିକିତ୍ସା କ୍ଷେତ୍ରରେ

  ଖୋଜାହୁଏ ପ୍ରାଇଭେଟ

 ସେତେବେଳେ ସବୁ ଗମେଣ୍ଟ ସଂସ୍ଥାକୁ

  ମନରେ ଭାବନ୍ତି ଛୋଟ ।।

 ସମସ୍ତେ ଜାଣନ୍ତି ଗମେଣ୍ଟ ଜବ୍ ରେ

  ଥାଏ ସେଫ୍ଟି ସିକ୍ୟୁରିଟି

 ତେଣୁ ସଭିଙ୍କର ଗମେଣ୍ଟରେ ଥାଏ

  ଜବ୍ ପ୍ରତି ଖାଲି ଦୃଷ୍ଟି ।।

 ସରକାରୀ ସଂସ୍ଥା, ଦ୍ରବ୍ୟ ପ୍ରତି କାହିଁ

  ଆମ ଏହି ମେଣ୍ଟାଲିଟି

 ଏଥିପାଇଁ ଆମେ କାହାକୁ ନିନ୍ଦିବା

  ମୋତେ ଟିକେ କହିବେଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy