STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ସୃଜନ ର ଅନ୍ୟନାମ ନାରୀ

ସୃଜନ ର ଅନ୍ୟନାମ ନାରୀ

1 min
310


ବିଶ୍ଵ ଜନନୀ ଯୋଗମାୟା ନାରୀ ମଙ୍ଗଳମୟୀ ଦେବୀ

ନାରୀ ଭଗବତୀ ଜୀବନ୍ତ ଈଶ୍ଵରୀ କମନୀୟ ରୂପ ଛବି  

ଆକାଶର ଗଙ୍ଗା ନାରୀ

ଧରଣୀ ବୁକୁରେ ପରଶି ଦେଉଛି ପବିତ୍ର ଶୀତଳ ବାରି ।।


ସୃଜନୀ ଶକ୍ତି ର ଆଧାର ରେ ନାରୀ ବିଶ୍ଵ ବନ୍ଦନୀୟା ସେହି

ସମ୍ଭବ ନୁହଇ ନାରୀଵିନା ସୃଷ୍ଟି ଅପାର କରୁଣା ମୟୀ

ଧନ୍ୟ ବିଧିର ବିଧାନ

ସଂସାର ମଙ୍ଗଳ କାମନା ମନାସି କରିଛି ନାରୀ ସୃଜନ ।।


ଅନେକ ରୂପରେ ନାରୀ ସମାଜ ରେ କରଇ ନିଜର କର୍ମ

ମା ଭୂମିକା ରେ ଲହୁ ଲୁହ କରି ଦେଖାଏ ତା ହସ ମୁହଁ

ଅନ୍ତଚିରି ଦିଏ ଜନ୍ମ

ହୃଦୟ ପଥର କରି ସହେ ଦୁଃଖ ନାହିଁ ମାନ ଅଭିମାନ ।।


ଛାତିର ଅମୃତ ପରଶଇ ଖାଦ୍ୟ ଆହା କି ବାତ୍ସଲ୍ୟ ପ୍ରେମ

ଓଦାକନା ପେଟେ ମୁହେଁ ହସଫୁଟେ ଧନ୍ୟ ସେହିନାରୀ ଧନ୍ୟ

ଅଲଭ୍ୟ ସ୍ଵର୍ଗିୟ ପ୍ରେମ

ବାତ୍ସଲ୍ୟ ମମତା ସନ୍ତାନ ଓ ମାତା ବିଧି ମଧୁର ବନ୍ଧନ ।।


ଅର୍ଦ୍ଧାଙ୍ଗିନୀ ନାରୀ ଗୃହଲକ୍ଷ୍ମୀ ସାଜି ତେଜି ପିତୃ ପରିଚୟ

ସ୍ଵାମୀ ର ବିଭବେ ବୈଭବତ୍ଵ ହୋଇ ହୁଅଇ ଗରିମା ମୟ

ଜନମ ଜନମ ସାଥୀ

ହୋମ ଅଗ୍ନି ମନ୍ତ୍ରେ ଯେତେଆର୍ଶୀବାଦେ ରଚେ ଚିରନ୍ତନ ପ୍ରୀତି ।।


ସ୍ଵାମୀ ସଂସାର ରେ ସ୍ଵାମୀ ର ବଂଶ ରେ ନିଜକୁ ଦିଏ ହଜାଇ

ଦୁଇକୁଳ ପାଇଁ ସ୍ନେହ ପ୍ରେମ ଢାଳି ବୈକୁଣ୍ଠ ପୁର ରଚଇ

ତା ସମାନ ନୁହେଁ କେହି

ଅନନ୍ୟ ୟେ ଏକ ଅଦ୍ଭୁତ ମୁରତି ବିହି ଅଛି ଗଢି ଦେଇ ।।


ମଣିଷ ସମାଜେ ବଂଶ ରକ୍ଷା ଅର୍ଥେ ନାରୀ ରୂପି ମହାଦେବୀ

ଉତ୍ତମ ଦାୟଦ ଦେଇ ପୁରୁଷ ରେ ଆଙ୍କେ ପିତୃତ୍ତ୍ଵ ର ଛବି

ଧନ୍ୟ ସେହି ମହିୟସୀ

ମୋହନ ମୋହିନୀ ମଦନ ମାୟାରେ ଜୀବନ ଅନ୍ଧାରେ ଶଶି ।।


ଭଗିନୀ ଜହ୍ନ ରାତି ର ଜୋଛନା ସ୍ନେହର ଅମୃତ ଧାରା

ସୁନା ସଂସାରରେ କନ୍ୟା ଅଟେ ଗୋଟେ ଉଜ୍ଵଳତମ ତାରା

ଅନେକ ଭୂମିକା ନେଇ

ଏହି ରଙ୍ଗମଞ୍ଚ ଅଭିନୟେ ନାରୀ(ସେ)ସୁଖର ଦୁଃଖର ନଈ ।।



Rate this content
Log in

Similar oriya poem from Classics