Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sahadev Behera

Inspirational

3  

Sahadev Behera

Inspirational

ସରିଲାଣି ବେଳ

ସରିଲାଣି ବେଳ

1 min
40


ସରିଲାଣି ବେଳ  ଯିବୁ ତୁ ବାହୁଡି 

     କାହିଁକି ଚାହୁଁଛୁ ଫେରି 

ବେଳୁ ସାବଧାନ  ନ ହେଲେ ମନୁଆ 

     ହୋଇଯିବ ସବୁ ଡେରି ll


ମୋର ମୋର ବୋଲି  ବାଳୁତ କାଳରୁ 

    ଜପୁ ଅଛୁ ଗଣ୍ଠି କରି 

କାମିନୀ କାଞ୍ଚନ  ଧନଲୋଭେ ଛନ୍ଦି 

   ଯୌବନ ଦେଲୁ ତୁ ସାରି ll


ପୁତ୍ର ସନ୍ତାନକୁ  ଧନ ବୋଲି ମଣି

    ଲାଳନପାଳନ କଲୁ 

ବାର୍ଦ୍ଧକ୍ଯରେ ସାହା ହେବ ବୋଲି ଜାଣି 

     ସଂସାରୀ ତୁ ହୋଇଗଲୁ ll


କରିଥିଲୁ ଯାହା  ବିପରୀତ ହେଲା 

     ପୁଅ ଝିଅ କଲେ ଦୂର 

ଧର୍ମପତ୍ନୀ ବୋଲି  ଧରିଥିଲୁ ହାତ 

    ସେ ହେଲା ବଇରୀ ତୋର ll


ଦାନ,ଧର୍ମ, ପୂଜା  କରିନାହୁଁ ଦିନେ 

    ଭଜିନୁ ଗୋବିନ୍ଦ ହରି 

ପାରି ହେବୁ ଯଦି ଏ ମାୟା ସଂସାର 

    ନିତି ଜପ କୃଷ୍ଣ ହରି ll

    


Rate this content
Log in