STORYMIRROR

Bibhuti Bhusan Mohanty

Comedy

2  

Bibhuti Bhusan Mohanty

Comedy

ସ୍ଵର୍ଗରେ କରୋନା

ସ୍ଵର୍ଗରେ କରୋନା

1 min
128

ମର୍ତ୍ତ୍ୟଲୋକ ପରେ ସ୍ୱର୍ଗଲୋକରେ,

ଯାଇ ପହଁଚିଲା କରୋନା....

କରୋନାକୁ ଦେଖି ଦେବୀ ଦେବତାଏ,

ଲୁଚିଲେ କରିକି ବାହାନା।।


କରୋନାକୁ ଦେଖି ଟେନସନ ହେଲେନି,

ଏକମାତ୍ର ଜଗନ୍ନାଥ...

ହାତ ଧୋଇବାର ପ୍ରଶ୍ନ ଉଠୁନାହିଁ ,

ସେ ଯେ ଦରଗଢା ଦିଅଁ ନାଥ


ସୃଷ୍ଟିକର୍ତ୍ତା ବ୍ରହ୍ମା କୁଆଡେ ଯେ ଯିବେ,

ଟେନସନ ହୋଇଗଲେ...

ଏତେ ଗୁଡିଏ ମୁହଁ ଘୋଡେଇବା ଲାଗି,

ସ୍ପେଶାଲ ମାସ୍କ ଭାରତରୁ ମଗେଇଲେ।।


ଲକଡାଉନ ହେଲା କୈଳାଶ ପର୍ବତ,

ଶିଵଗଣ ଲୁଚିଗଲେ...

ଗଣେଶ କାର୍ତ୍ତିକ ପିତା ମାତା ସାଥେ ସାନିଟାଇଜର ବୋଳି ହେଲେ।।


ଏଣେ ନନ୍ଦୀ ଭୃଙ୍ଗୀଙ୍କର ଏବସେଣ୍ଟ ପାଇଁକି,

ପାର୍ବତୀ ରନ୍ଧାଘର ସମ୍ଭାଳିଲେ.....

ବଜାରେ ସାନିଟାଇଜର ଅଭାବ ପାଇଁ କି,

ଦଶଭୂଜା ହାତ ଧୋଇ ନପାରିଲେ।।

ଲକଡାଉନର ପ୍ରଭାବଟା ଯାଇ,

ଇନ୍ଦ୍ରଙ୍କ ସଭାରେ ପଡିଲା..

ନାଚ, ଗୀତ ମେଲୋଡି ଆୟୋଜନ ପାଇଁ ନିଷିଦ୍ଧ ଘୋଷଣା ହୋଇଲା।।


ଏଣେ ନାରଦଙ୍କ ମନ ଠିକ୍ ନାହିଁ ଏବେ

ଗୃହବନ୍ଦୀରେ ସେ ଅଛନ୍ତି....

ଏପଟର କଥା ସେପଟେ ଆଉ ସେପଟର କଥା ଏପଟେ...

 ଆଉ କରି ପାରୁନାହାନ୍ତି


ଏ ପରି କାଳରେ ସବୁଠାରୁ ବ୍ୟସ୍ତ,

ଯମରାଜା କାର୍ଯ୍ୟାଳୟ ।

କେହି କର୍ମଚାରୀ ଛୁଟି ନେବେ ନାହିଁ

ଆଦେଶ ଦେଇଛନ୍ତି ଚିତ୍ରଗୁପ୍ତ ମହାଶୟ


ଯମରାଜ ସହ ନିଜେ ଚିତ୍ରଗୁପ୍ତ,

ସାମାଜିକ ଦୁରତ୍ୱ ମେଣ୍ଟେନ କରନ୍ତି..

କେଉଁ ଦେଶରୁ କେତେ ଯେ ମରିଲେ

ହିସାବ ଠିକ ସେ ରଖନ୍ତି


ଏତେ ସବୁ ହୁଅନ୍ତେ ଦେବୀ ଦେଵତାଏ ତ୍ରାହି ତ୍ରାହି ଡାକ ଛାଡିଲେ

ଏଭଳି ବିପଦୁ ରକ୍ଷା କେ କରିବ ବିଷ୍ଣୁଙ୍କୁ ପଚାରି ବୁଝିଲେ


ବିଷ୍ଣୁ ଚିନ୍ତା କରି ମାତା କାଳୀଙ୍କୁ ମନେ ମନେ ସୁମରିଲେ,

ସଙ୍ଗେ ସଙ୍ଗେ କାଳୀ ବିକଟାଳ ରୂପେ ବିଷ୍ଣୁ ପାଖେ ପ୍ରକଟିଲେ..

ସବୁ କଥା ଶୁଣି ମାତା ଆଦ୍ୟାଶକ୍ତି ଅଗ୍ନୀ ସମ ଜର୍ଜରିଲେ

କରୋନା ବିନାଶ କରିବା ପାଇଁ କି ଧରା ଧାମେ ଉଭା ହେଲେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy